ETV Bharat / state

ପହରିଆ ସମ୍ପ୍ରଦାୟଙ୍କୁ ପ୍ରଶାସନର ଅଣଦେଖା, କେବେ ମିଳିବ ଆଦିବାସୀ ମାନ୍ୟତା ?

author img

By

Published : Mar 15, 2020, 2:46 PM IST

ପହରିଆ ବା କମାର ଆଦିବାସୀ । ହେଲେ ସ୍ୱାଧୀନତାର 72 ବର୍ଷ ପରେ ବି ଏମାନେ ଆଦିବାସୀର ମାନ୍ୟତା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ହେଲେ ଏମାନଙ୍କ କଥା ନା ଶୁଣୁଛି ପ୍ରଶାସନ, ନା ପୂରଣ ହେଉଛି ଦୀର୍ଘ ଦଶନ୍ଧିର ଦାବି । ଅଧିକ ଖବର ପଢନ୍ତୁ...

_paharia tribe
ପହରିଆ ସମ୍ପ୍ରଦାୟଙ୍କୁ ପ୍ରଶାସନର ଅଣଦେଖା, କେବେ ମିଳିବ ଆଦିବାସୀ ମାନ୍ୟତା

ଭବାନୀପାଟଣା: ପହରିଆ ବା କମାର ସମ୍ପ୍ରଦାୟ। ପାହାଡରେ ରହୁଛନ୍ତି, ଆଉ ଜିଉଁଛନ୍ତି ଅଭିଶପ୍ତ ଜୀବନ । ସ୍ବାଧୀନତାର ଦୀର୍ଘ 72 ବର୍ଷ ପରେ ବି ମୌଳିକ ସୁବିଧା ଏମାନଙ୍କ ପାଇଁ ସାତସପନ। ଏହାସହ ଆଦିବାସୀର ମାନ୍ୟତା ମଧ୍ୟ ମିଳିନାହିଁ। ଏମାନଙ୍କ କଥା ନା ଶୁଣୁଛି ପ୍ରଶାସନ, ନା ପୂରଣ ହେଉଛି ଦୀର୍ଘ ଦଶନ୍ଧିର ଦାବି ।

ପାହାଡିଆ ପହରିଆଙ୍କୁ କେବେ ମିଳିବ ଆଦିବାସୀ ମାନ୍ୟତା

ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ସଦରମହକୁମା ବ୍ଲକ ସିକୁଆଁ ପଞ୍ଚାୟତର କଥା। ପଞ୍ଚାୟତକୁ ଶାସନ ସୂତା ଲମ୍ବିଛି ସତ ହେଲେ ଛାଡି ହୋଇଯାଇଛନ୍ତି ବିଜାପଡା ଓ ରୋଜନାପୁରର ପାହାଡିଆ ମଣିଷ । ଦୁଇଟି ଗାଁର ପରିବାର ସଂଖ୍ୟା ପ୍ରାୟ ୨୧ ଆଉ ଲୋକସଂଖ୍ୟା ୧୦୦ ରୁ ଉର୍ଦ୍ଧ୍ବ। ହେଲେ ମୌଳିକ ଅଧିକାର ସହ ଶିକ୍ଷା ସ୍ବାସ୍ଥ୍ୟ ଆଜି ବି ଏମାନଙ୍କ ପାଇଁ ଅପହଞ୍ଚ ।

ଗାଁକୁ ପାଖେଇ ଯାଇଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା ଆଉ କିଛି ଲୋକଙ୍କ ପାଖରେ ପହଞ୍ଚିଛି ଇନ୍ଦିରା ଆବାସ ଯୋଜନା। ହେଲେ ବ୍ରିଟିଶ ଶାସନ ସମୟରେ ଏମାନଙ୍କୁ ଆଦିବାସୀ ଜନଜାତିର ମାନ୍ୟତା ମିଳିଥିଲା ହେଲେ ୧୯୩୬ ମସିହା ପରେ ବ୍ରିଟିଶ କବଳରୁ ମୁକୁଳିବା ପରେ ଏମାନେ (SHEDULE TRIBE /ST) ଆଦିବାସୀ ଜନଜାତିର ମାନ୍ୟତା ପାଇଁ ସଂଘର୍ଷ କରିଆସୁଛି।

ଆଜିବି ଏମାନେ ରାଜ୍ୟରେ ପଛୁଆ ବର୍ଗ (OBC) ଭାବେ ପରିଗଣିତ। ଫଳରେ ସରକାରଙ୍କ ଅନେକ ଯୋଜନା ଏହି ଅଞ୍ଚଳବାସୀଙ୍କୁ ମିଳିପାରୁନାହିଁ। ସେପଟେ ପଡୋଶୀ ଛତିଶଗଡ ରାଜ୍ୟରେ ଏହି ବର୍ଗର ଲୋକଙ୍କୁ ଆଦିବାସୀ ଜନଜାତିର ମାନ୍ୟତା ମିଳିସାରିଛି । ଜିଲ୍ଲାରେ ପହରିଆ ସମ୍ପ୍ରଦାୟ ଶିକ୍ଷାରୁ ବଞ୍ଚିତ ଥିବା ବେଳେ ବିଜାପଡାର ପାର୍ବତୀ ପହରିଆ ହିଁ ଏକମାତ୍ର ଛାତ୍ରୀ ଯିଏକି ଅଷ୍ଟମ ଯାଏଁ ପଢିଛନ୍ତି । ହେଲେ ପରିବାର ପ୍ରତିପୋଷଣର ବୋଝ, ଆଜି ତାଙ୍କୁ ସଜେଇ ଦେଇଛି ଶ୍ରମିକ ।

ପହରିଆଙ୍କ ମୁଖ୍ୟ ବେଉଷା ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତ କରିବା । ହେଲେ କ୍ରମଶ ଜଙ୍ଗଲ ହ୍ରାସ ପାଇବା ସହ, ପ୍ଲାଷ୍ଟିକ ଯୁଗରେ ଏମାନଙ୍କ ବୃତ୍ତିରେ ପଡିଗଲାଣି ବେଡି । ଯାହାଫଳରେ ପରିବାର ଚଳାଇବାକୁ ଏଠାକାର ଅଞ୍ଚଳବାସୀ ଏବେ ଦାଦନ ମୁହାଁ । ରୋଗର ଚିକିତ୍ସା ପାଇଁ ଏଠାକାର ଲୋକଙ୍କୁ ଗୁଣିଆ ସାହା। ଏ ସମ୍ପର୍କରେ DRDAଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ଜନଜାତିର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.