ETV Bharat / state

ଧାନମଣ୍ଡିରେ ଅବ୍ୟବସ୍ଥା, ୬୨ ମିଲର୍ସରୁ ୧୫ ଟି ମିଲର୍ସ ଧାନ ସଂଗ୍ରହ ପାଇଁ କରିଛନ୍ତି ଚୁକ୍ତି

author img

By

Published : Nov 28, 2021, 10:59 AM IST

ଚଳିତ ୨୫ ତାରିଖରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ଖରିପ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା(paddy harvesting)। ହେଲେ ଏସବୁ ଭିତରେ ମଣ୍ଡିରେ ଅବ୍ୟବସ୍ଥା(mandi issue) ଏବେ ଚାଷୀଙ୍କୁ କିଛି ମାତ୍ରାରେ କରିଛି ନିରୁତ୍ସାହିତ । ଅଧିକ ପଢନ୍ତୁ

ଧାନ ମଣ୍ଡିରେ ଅବ୍ୟବସ୍ଥା, ୬୨ ମିଲର୍ସରୁ ୧୫ ଟି ମିଲର୍ସ ଧାନ ସଂଗ୍ରହ ପାଇଁ କରିଛନ୍ତି ଚୁକ୍ତି

ଭବାନୀପାଟଣା: ଚଳିତ ୨୫ ତାରିଖରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ଖରିପ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା(paddy harvesting)। ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟ ପାଇଁ ଦାନା ଉପାର୍ଜନ କରିଥିବା ଚାଷୀ ମନରେ ଉତ୍ସାହ ଦେଖା ଦେଇଛି। ହେଲେ ଏସବୁ ଭିତରେ ମଣ୍ଡିରେ ଅବ୍ୟବସ୍ଥା(mandi issue) ଏବେ ଚାଷୀଙ୍କୁ କିଛି ମାତ୍ରାରେ ନିରୁତ୍ସାହିତ କରିଛି। ୧୭୧ ଟି ପେକ୍ସ ଓ ୩୩ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରିବ ଜିଲ୍ଲା ଯୋଗାଣ ବିଭାଗ। କିନ୍ତୁ ମଣ୍ଡିରେ ଅବ୍ୟବସ୍ଥାର ଚିତ୍ର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଉପରେ ଉଠାଇଛି ପ୍ରଶ୍ନବାଚୀ।

ଧାନମଣ୍ଡିରେ ଅବ୍ୟବସ୍ଥା, ୬୨ ମିଲର୍ସରୁ ୧୫ ଟି ମିଲର୍ସ ଧାନ ସଂଗ୍ରହ ପାଇଁ କରିଛନ୍ତି ଚୁକ୍ତି

ବର୍ତ୍ତମାନ ସୁଦ୍ଧା ମୋଟ ୬୨ ଟି ମିଲର୍ସ ମଧ୍ୟରୁ ମାତ୍ର ୧୫ ଟି ମିଲର୍ସ ଧାନ ସଂଗ୍ରହ ପାଇଁ ଚୁକ୍ତି କରିଥିବାବେଳେ ଜିଲ୍ଲାର ଅନେକ ଧାନ ମଣ୍ଡି ଖୋଲା ଆକାଶ ତଳେ ଚାଲେ। ଏନେଇ ଜିଲ୍ଲାର ବିଭିନ୍ନ RMC ଆନୁସଙ୍ଗିକ ପ୍ରସ୍ତୁତି କରିସାରିଥିବା ଯୋଗାଣ ଅଧିକାରୀ ପ୍ରକାଶ କରିଥିବା ବେଳେ RMC ର ବ୍ୟବସ୍ଥାକୁ ନେଇ ଚଷା ପୁଅର ଭରଷା ପାଉନି। ଏପଟେ ମଣ୍ଡିରେ ପ୍ରଶାସନ କୌଣସି ସୁବିଧା ଯୋଗାଉ ନଥିବା ଚାଷୀ ସିଧାସଳଖ ଅଭିଯୋଗ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.