ETV Bharat / state

ଅନଲାଇନ ଶିକ୍ଷା ଧର୍ମକୁ ଆଖିଠାର, ଅପହଞ୍ଚ ଡିଜିଟାଲ ଡିଭାଇସ୍

author img

By

Published : Jul 28, 2020, 7:32 PM IST

ପିଲାଙ୍କ ପାଖରେ ଫୋନ ନାହିଁ । ସରକାରଙ୍କ ମେସେଜ ବା ପାଇବେ କିପରି । ଅଷ୍ଟମ ଶ୍ରେଣୀର ନିତ୍ୟାନନ୍ଦ ସୁନାନୀ ପାଖରେ ଏଯାଏଁ କେବଳ ବହି ପହଞ୍ଚିଛି । ହେଲେ ଫୋନ ନାହିଁ କି ପହଞ୍ଚିନି ସରକାରଙ୍କ ମେସେଜ । ଏହା କଳାହାଣ୍ଡି ସରକାରୀ ବିଦ୍ୟାଳୟ ପିଲାଙ୍କ ଡିଜିଟାଲ ଇଣ୍ଡିଆ କାହାଣୀ । ଅଧିକ ପଢନ୍ତୁ...

ଅନଲାଇନ ଶିକ୍ଷା ଧର୍ମକୁ ଆଖିଠାର, ଅପହଞ୍ଚ ଡିଜିଟାଲ ଡିଭାଇସ୍
ଅନଲାଇନ ଶିକ୍ଷା ଧର୍ମକୁ ଆଖିଠାର, ଅପହଞ୍ଚ ଡିଜିଟାଲ ଡିଭାଇସ୍

ଭବାନୀପାଟଣା: ବଣ ପାହାଡ଼ ଘେରା ଓଡିଶାର ପଛୁଆ ଜିଲ୍ଲା ଭାବେ ପରିଚିତ ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲା । ଯେଉଁଠି ପ୍ରତିଦିନ ଦେଖିବାକୁ ମିଳେ ଜୀବନ ଜୀଵିକା ସହିତ ସଂଘର୍ଷ କରୁଥିବା ମଣିଷ । ବଞ୍ଚିବା ପାଇଁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏଠାକାର ଆଦିବାସୀ । ଯେଉଁଠି ମୋବାଇଲ ଫୋନ ଲୋକଙ୍କ ପାଇଁ ସ୍ବପ୍ନ, ସେଠାରେ ପିଲା ପଢିବେ ମୋବାଇଲରେ ପାଠ? କଥାଟି ହାସ୍ୟସ୍ପଦ ନିଶ୍ଚୟ । କାରଣ ଏଠାରେ ସରକାର ଆରମ୍ଭ କରିଛନ୍ତି ଡିଜିଟାଲ ବ୍ୟବସ୍ଥାରେ ପାଠ ପଢା । କିନ୍ତୁ ପିଲାଙ୍କ ପାଖରେ ଫୋନ ହିଁ ନାହିଁ । ସରକାରଙ୍କ ମେସେଜ ବା ପାଇବେ କିପରି । ଅଷ୍ଟମ ଶ୍ରେଣୀର ନିତ୍ୟାନନ୍ଦ ସୁନାନୀ ପାଖରେ ଏଯାଏଁ କେବଳ ବହି ପହଞ୍ଚିଛି । ହେଲେ ଫୋନ ନାହିଁ କି ପହଞ୍ଚିନି ସରକାରଙ୍କ ମେସେଜ । ଏହା କଳାହାଣ୍ଡି ସରକାରୀ ବିଦ୍ୟାଳୟ ପିଲାଙ୍କ ଡିଜିଟାଲ ଇଣ୍ଡିଆ କାହାଣୀ ।

ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହ୍ବାଟ୍ସ ଆପରେ ପିଲାଙ୍କ ସହ ସମ୍ପର୍କ ସ୍ଥାପନ ବ୍ୟବସ୍ଥା । ଜିଜିଟାଲ ଦୁନିଆରେ ଆମେ ପାଦ ଥାପିଛୁ । ଅତ୍ୟାଧୁନିକ ବ୍ୟବସ୍ଥାରେ ଶିକ୍ଷାଦାନ ହେଉଛି । ଲକଡାଉନରେ ବି ଚାଲିଛି ଅନଲାଇନ ପାଠପଢା । ହେଲେ ପ୍ରକୃତରେ ଏହାର ସଫଳତା ଉପରେ କାହାରି ନାହିଁ ନଜର । କଳାହାଣ୍ଡି ଭଳି ଜାଗାରେ ସମସ୍ତ ପିଲାଙ୍କ ପାଖରେ ଏହି ସୁବିଧା ପହଞ୍ଚିବା ଅସମ୍ଭବ । ଜିଲ୍ଲା ଶିକ୍ଷା ବିଭାଗ ର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୪୧୧ ସରକାରୀ ସ୍କୁଲ ଥିବାବେଳେ ୨୨୭୫ ଗୋଟି ସ୍କୁଲ ଶିକ୍ଷା ସଂଯୋଗ ରେ ସାମିଲ ହୋଇ ପାରିଛନ୍ତି । ଅନଲାଇନ ଶିକ୍ଷାଦାନ ପାଇଁ ୨୪୧୩୯ ଟି ହ୍ବାଟ୍ସ ଗ୍ରୁପ ଖୋଲାଯାଇଛି ହେଲେ ମାତ୍ର ୨୨.୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ ଥିବାବେଳେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇପାରିଛନ୍ତି ମାତ୍ର ୨୭.୮୩ ପ୍ରତିଶତ ଛାତ୍ରଛାତ୍ରୀ । ସରକାରଙ୍କ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥାକୁ ଦେଖିଲେ ଏହା କେବଳ ଧର୍ମକୁ ଆଖିଠାର ଭଳି ମନେ ହୁଏ ।

ଅନଲାଇନ କ୍ଲାସ । ଶୁଣିବାକୁ ଅତ୍ୟାଧୁନିକ ଲାଗୁଚି ନିଶ୍ଚୟ । କିନ୍ତୁ ବାସ୍ତବିକ ଚିତ୍ର ଅଲଗା କିଛି ବୟାନ କରୁଛି । ଏସବୁକୁ ଦେଖିଲେ ଲାଗୁଛି ତୃଣମୂଳ ସ୍ତରରେ ଥିବା ଭିତ୍ତିଭୂମିକୁ ସରକାର ସତେ ଯେମିତି ଭୁଲିଯାଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.