ETV Bharat / state

‘ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଅଭାବ ଯୋଗୁଁ ରାଜ୍ୟରେ କଂଗ୍ରେସ ସ୍ଥିତି ଦୁର୍ବଳ’

author img

By

Published : Sep 18, 2020, 9:49 PM IST

ଓଡ଼ିଶାର ରାଜନୈତିକ ପାଣିପାଗରେ ଦ୍ରୁତ ପରିବର୍ତ୍ତନର ସମ୍ଭାବନା ରହିଛି।ଅନ୍ୟ ରାଜନୈତିକ ଦଳ ଗୁଡ଼ିକର ବହୁ ତୁଙ୍ଗ ନେତା କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କଳାହାଣ୍ଡିର ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ପ୍ରଭାରୀ ଭାବେ ନଯୁକ୍ତି ପାଇଥିବା ଭକ୍ତଚରଣ ଦାସ କହିଛନ୍ତି । ଅଧିକ ପଢନ୍ତୁ...

ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଅଭାବ ଯୋଗୁଁ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ:  ଭକ୍ତଚରଣ ଦାସ

ଭବାନୀପାଟଣା: ଇଚ୍ଛାଶକ୍ତି ଆତ୍ମବିଶ୍ବାସ ଅଭାବ ଯୋଗୁଁ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି । ଯେଉଁଦିନ ସମସ୍ତ କଂଗ୍ରେସ ନେତା ଓ କର୍ମୀ ଏକଜୁଟ ହୋଇ ନିଷ୍ଠାର ସହିତ ଦଳ ପାଇଁ କାମ କରିବେ ସେହିଦିନ କଂଗ୍ରେସକୁ କେହି ରୋକି ପାରିବେ ନାହିଁ ବୋଲି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କଳାହାଣ୍ଡିର ବରିଷ୍ଠ କଂଗ୍ରେସ ନେତା ତଥା ନୂତନ ଭାବେ ମଣିପୁର ଓ ମିଜୋରମର କଂଗ୍ରେସ ପ୍ରଭାରୀ ଭାବେ ନଯୁକ୍ତି ପାଇଥିବା ଭକ୍ତଚରଣ ଦାସ କହିଛନ୍ତି ।

ଆଗାମୀ ଦିନରେ ଓଡ଼ିଶାର ରାଜନୈତିକ ପାଣିପାଗରେ ଦ୍ରୁତ ପରିବର୍ତ୍ତନର ସମ୍ଭାବନା ରହିଛି।ଅନ୍ୟ ରାଜନୈତିକ ଦଳ ଗୁଡ଼ିକର ବହୁ ତୁଙ୍ଗ ନେତା କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ । ଏଥିପାଇଁ ବହୁ ନେତା ତାଙ୍କ ଯୋଗସୂତ୍ର ରେ ରହିଥିବା କହିଛନ୍ତି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି)ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ନବନିଯୁକ୍ତ ମଣିପୁର ଓ ମିଜୋରାମ ରାଜ୍ୟ ପ୍ରଭାରୀ ଭକ୍ତ ଚରଣ ଦାସ। ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭବାନୀପାଟଣା ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଦାସ ଏହା ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ତାଙ୍କ ଉପରେ ଯେଉଁ ଆସ୍ଥା ସ୍ଥାପନ କରିଛନ୍ତି ତାକୁ ସେ ଅତୁଟ ରଖିବା ପାଇଁ ପ୍ରୟାସ କରିବେ ।

ଅନ୍ୟପଟେ ଓଡିଶା କଂଗ୍ରେସ ରେ ନିଃସ୍ବାର୍ଥପର ନେତା, କର୍ମୀଙ୍କ ଅଭାବ ନାହିଁ, ତେଣୁ ସମସ୍ତେ ଏକଜୁଟ ହେଲେ ଦଳର ଭବିଷ୍ୟତ ନିଶ୍ଚୟ ଉଜ୍ବଳ ହେବ । ସେ ଦଳର ନୂତନ ଦାୟିତ୍ବ ବହନ କରିବା ପରେ କଂଗ୍ରେସରେ ଯୋଗଦେବା ପାଇଁ ଚାହୁଁ ଥିବା ପ୍ରତିଦ୍ବନ୍ଦୀ ଦଳ ଗୁଡ଼ିକର ବହୁ ବରିଷ୍ଠ ଓ ପ୍ରଭାବଶାଳୀ ନେତା ତାଙ୍କ ସମ୍ପର୍କରେ ଅଛନ୍ତି । ଉଚିତ ସମୟ ଆସିଲେ ସେମାନେ କଂଗ୍ରେସରେ ଯୋଗଦେବେ ବୋଲି ଦାସ ପ୍ରକାଶ କରିଛନ୍ତି । ଦାସ ଆହୁରି ମଧ୍ୟ କହିଥିଲେ ଯେ ଦଳ ଭିତରେ ଯେଉଁ ମତଭେଦ ଓ ମତାନ୍ତର ରହିଛି ତାହା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରାନଯାଇ ପିସିସି ମୁଖ୍ୟଙ୍କ ଦୃଷ୍ଟିକୁ ଅଣାଯାଇ ସମାଧାନ କରାଯିବା ଉଚିତ । ସମୟ ଆସିଛି ସମସ୍ତେ ନେତା ଓ କର୍ମୀ ଶୃଙ୍ଖଳାର ସହ କାର୍ଯ୍ୟକାରିବା ଉଚିତ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.