ETV Bharat / state

ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ, କୁମ୍ବିଂ ଅପରେସନ ଜାରି

କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଦୁଇ ଦୁଇଟି ମୁଣ୍ଡ ନେବା ପରେ ଏବେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନମୟ । ଯେଉଁଥିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଏହାସହ ଗୋଟିଏ ରାଇଫଲ ସହ ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ବର୍ତ୍ତମାନସୁଦ୍ଧା କୁମ୍ବି ଅପରେସନ ଜାରି ରହିଥିବା କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 25, 2019, 12:50 AM IST

କଳାହାଣ୍ଡି: ପୋଲିସ ମାଓବାଦୀ ଗୁଳି ବିନିମୟରେ ଜଣେ ମାଓବାଦୀ ମୃତ। ସର୍ଚ୍ଚ ଅପରେସନରେ ମୃତଦେହ ସହ 303 ରାଇଫଲ ଉଦ୍ଧାର । ଲାଞ୍ଜିଗଡ ଥାନା କୋଟ ବଣ୍ତେଲ ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଲିଛି । ମୃତକ ମାଓବାଦୀ ଦିକ୍ଷୀତ ଶାଖା ଏଲିଆସ ଇନ୍ଦ୍ରାବତୀ ଦଲମ ଗ୍ରୁପର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କୁମ୍ବିଂ ଆପରେସନ ଜାରି ରହିଛି ବୋଲି ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ବାବୂପଦର ଭୀମ ଦୋରା ହତ୍ୟା ପରେ ଜାରି କୁମ୍ବିଂ ବେଳେ ମାଓବାଦୀ ସହ ମୁହାଁମୁହିଁ ହୋଇଥିଲା ପୋଲିସ ।

କ୍ୟାମ୍ପରୁ ଛଅ ରୁ ସାତ ମାଓବାଦୀ ଛତ୍ରଭଙ୍ଗ ଦେବାରେ ସଫଳ ହୋଇଥିବା ବେଳେ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଭୟଭିତ ନହୋଇ ଯେକୌଣସି ପରିସ୍ଥିତି ଉପୁଜିଲେ ପୋଲିସକୁ ସହଯୋଗ କରିବାକୁ ସ୍ଥାନୀୟ ଲୋକଙ୍କୁ ଡିଆଇଜି ଅପିଲ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ପୋଲିସ ମାଓବାଦୀ ଗୁଳି ବିନିମୟ । ଜଣେ ମାଓବାଦୀ ଙ୍କ ଏନକାଉଣ୍ଟର ମୃତ୍ୟୁ । ସର୍ଚ୍ଚ ଅପରେସନ ରେ ମୃତ ଦେହ ସହ 303 ରାଇଫଲ ଉଦ୍ଧାର । ଲାଞ୍ଜିଗଡ ଥାନା କୋଟ ବଣ୍ତେଲ ନିକଟରେ ଏନକାଉଣ୍ଟର ।ମୃତକ ମାଓବାଦୀ ଦିକ୍ଷୀତ ଶାଖା ଏଲିଆସ ଇନ୍ଦ୍ରାବତୀ ଦଲମ ଗ୍ରୁପ ।ମୃତକ ମାଓବାଦୀ ଦିକ୍ଷୀତ ସାହା ଇନ୍ଦ୍ରାବତୀ ଦଲମ ସଦସ୍ୟ ।Body: କୁମ୍ବିଂ ଆପରେସନ ଜାରି ରହିଛି । ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସୁଚନା ଦେଇଛନ୍ତି । ବାବୂପଦର ଭୀମ ଦୋରା ହତ୍ୟା ପରେ ଜାରି କୁମ୍ବିଂ ବେଳେ ମାଓବାଦୀ ସହ ମୁହାଁମୁହିଁ ହୋଇଥିଲା ।Conclusion: କ୍ୟାମ୍ପ ରୁ ଛଅ ରୁ ସାତ ମାଓବାଦୀ ଛତ୍ରଭଙ୍ଗ ଦେବାରେ ସଫଳ ହୋଇଥିବା ବେଳେ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକେ ଭୟଭିତ ନ ହୋଇ କୌଣସି ସହାୟତା ପାଇଁ ପୋଲିସ କୁ ସହଯୋଗ କରିବାକୁ ଡିଆଇଜି ଆଫିଲ କରିଥିଲେ । ବାଇଟ-ହିମାଂଶୁ ଲାଲ ( ଦକ୍ଷିଣପଶ୍ଚିମାଚଂଳ ଡିଆଇଜି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.