ETV Bharat / state

ମୃତ ଦନ୍ତାର ଦାନ୍ତ କାଟି ନେଲେ ଦୁର୍ବୃତ୍ତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ରାସ୍ତାର ହାତୀସାଲ ଘାଟିରେ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ତେବେ ବିଦ୍ୟୁତ ଆଘାତରୁ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Mar 24, 2019, 11:45 PM IST

କଳାହାଣ୍ଡି: ଜଙ୍ଗଲରେ ଅସୁରକ୍ଷିତ ବନ୍ୟଜନ୍ତୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ରାସ୍ତାର ହାତୀସାଲ ଘାଟିରେ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ତେବେ ବିଦ୍ୟୁତ ଆଘାତରୁ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

elephant died
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କୁମଖାଲ ପଞ୍ଚାୟତ ଖଜୁରପଡା ଗାଁ ହାତୀସାଲ ଘାଟିରେ ହାତୀର ମୃତଦେହ ଦେଖି ଦୁର୍ବୃତ୍ତମାନେ ହାତୀର ଦାନ୍ତ କାଟି ନେଇଛନ୍ତି । ଏସମ୍ପର୍କରେ ଖବର ପାଇ ଡିଏଫଓ ଓ ରେଞ୍ଜ ଅଫିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

ନିର୍ବାଚନ କାଉଣ୍ଟଡାଉନ: କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି

କଟକ: ପାଖେଇ ଆସିଲାଣି 2019 ସାଧାରଣ ନିର୍ବାଚନ । ଏନେଇ ଚଳଚଞ୍ଚଳ ସିଲଭର ସିଟି । ଏନେଇ ଆସନ୍ତା ନିର୍ବାଚନରେ କଡା ଆଭିମୁଖ୍ୟ ଗ୍ରହଣ କରିବ କମିଶନରେଟ ପୋଲିସ । ଯେପରି ଅବାଧ ଓ ମୁକ୍ତ ରୂପରେ ନିର୍ବାଚନ ସମ୍ପାଦନ ହେବ ସେନେଇ ନଜର ରଖିଛି ପୋଲିସ । ଏଯାବତ ଟ୍ୱିନସିଟିରେ ନିର୍ବାଚନୀ ଭିତ୍ତିକ ହିଂସା ସାମ୍ନାକୁ ଆସିନାହିଁ । ଏହି ସ୍ଥିତି ନିର୍ବାଚନ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । 

ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ନିର୍ବାଚନରେ କମିଶନରେଟ ପୋଲିସକୁ ମିଳିଛି ଗୁରୁ ଦାୟିତ୍ବ । ଯେପରି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପ୍ରତି କଡା ନଜର ରଖିବ ପୋଲିସ ବିଭାଗ । ଏହାସହିତ ନେତା ଦଳ ଓ ପ୍ରାର୍ଥୀମାନେ କରିବାକୁ ଥିବା ରାଲି, ସଭା ପାଇଁ କମିଶନରେଟ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ । ଏହାସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ସୁରକ୍ଷା ଓ ପାଟ୍ରୋଲିଂ ଦିଗରେ ବେଶ ତତ୍ପରତା ଦେଖାଇଛି କଟକ ୟୁପିଡ଼ି ପୋଲିସ । 

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ନିର୍ବାଚନରେ କଟକର 350 ବୁଥ ଓ 3ଟି ନିର୍ବାଚନ ମଣ୍ଡଳୀ (ନିଆଳି, ସାଲେପୁର ,ବାରବାଟୀ)କୁ ବେଶ ସମ୍ବେଦନଶୀଳ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।

କଟକରୁ ପ୍ରଭୁ୍କଲ୍ୟାଣ ପାଲ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.