ETV Bharat / state

କଳାହାଣ୍ଡିରେ OLIC ଅଧ୍ୟକ୍ଷ; ୫-ଟି ଆଧାରରେ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ - OLIC Chairman amresh

ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ୨ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇଛନ୍ତି । ଭବାନୀପାଟଣା ଓଏଲଆଇସି ଡିଭିଜନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ସେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

OLIC Chairman
OLIC Chairman
author img

By

Published : Nov 13, 2021, 7:14 AM IST

ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ୨ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇଛନ୍ତି । ଭବାନୀପାଟଣା ଓଏଲଆଇସି ଡିଭିଜନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ସେ ସମୀକ୍ଷା କରିଛନ୍ତି । ୫-ଟି ଆଧାରରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅମରେଶ ।

Photo
କଳାହାଣ୍ଡିରେ ଓଏଲଆଇସି ଅଧ୍ୟକ୍ଷ; ୫-ଟି ଆଧାରରେ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଓଏଲଆଇସି ଅଧ୍ୟକ୍ଷ କହିଛନ୍ତି, ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକମାନଙ୍କ କଲ୍ୟାଣ ପାଇଁ ସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି । ସଂପ୍ରତି ରବି ଚାଷ କାର୍ଯ୍ୟ ସମୟରେ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣର ଜଳ ଯୋଗାଣକୁ ନିଶ୍ଚିତ କରିବାର ଆବଶ୍ୟକତା ରହିଛି । ତେଣୁ କୃଷକଙ୍କର ରହିଥିବା ସମସ୍ୟାର ସମାଧାନ କରିବାରେ ସହଯୋଗ କରିବାକୁ ସେ ଗୁରୁତ୍ବରୋପ କରିଛନ୍ତି । ୫ଟି ଆଧାରରେ ସ୍ବଚ୍ଛତା ଓ ସାଧୁତା ଅବଲମ୍ବନ କରି ନିର୍ମାଣାଧିନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପକୁ ପୁନଃ ସଚଳ କରିବା ପାଇଁ ତ୍ବରିତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଖିଲାପି ଅଧିକାରୀଙ୍କୁ ସଠିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ତାଗିଦ କରିଛନ୍ତି । ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକଙ୍କ ପ୍ରତିନିଧି ସୁଧୀର ମହାନ୍ତି, ଧର୍ମଗଡ ବିଧାୟକଙ୍କ ପ୍ରତିନିଧି ଋତୁରାଜ ମାଝି, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ସାହୁ, ଭବାନୀପାଟଣା ସଦର ବ୍ଲକ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାକୁଡ, ଅଧିକ୍ଷଣ ଯନ୍ତ୍ରୀ, ଏଲଆଇ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଲାଞ୍ଜିଗଡ ବିଧାୟକ ଓ ଅନ୍ୟ ବିଧାୟକଙ୍କ ପ୍ରତିନିଧିମାନେ ନିଜ ନିର୍ବାଚନ ମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ଓ ସମସ୍ୟାର ସମାଧାନ ସଂପର୍କରେ ଓଏଲଆଇସି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମୀକ୍ଷା ବୈଠକ ପରେ ଅଧ୍ୟକ୍ଷ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭେଜିପଦର-୧ର ନଦୀ ପ୍ରକଳ୍ପ ଉଠାଜଳସେଚନ ପ୍ରକଳ୍ପ ଏବଂ ଶରଧାପୁର ଗଭୀର ସେଚକୂପ କ୍ଲଷ୍ଟର ପରିଦର୍ଶନ କରିଛନ୍ତି ।

ସେହିପରି ଓଏଲଆଇସି ଅଧ୍ୟକ୍ଷ ଭବାନୀପାଟଣା ବ୍ଲକର ସଗଡା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଫତାପଡା ସ୍ଥିତ ଡିପ ବୋରୱେଲ କ୍ଲଷ୍ଟର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଏଠାରେ ଫୁଲକୋବି ଚାଷ କରି କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ କୃଷକମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.