ETV Bharat / state

ଆଦିମ ଜନଜାତିଙ୍କର ସଂସ୍କୃତି ଓ ପ୍ରଗତି ପାଇଁ ଓଡିଶା ସରକାର ପ୍ରତିଶୃତିବଦ୍ଧ: ବିଜେଡି - ବିଶ୍ବ ଆଦିବାସୀ ଦିବସ

ବିଜୁ ଜନତା ଦଳ ପକ୍ଷରୁ ଗତକାଲି(ବୁଧବାର) ଆୟୋଜିତ ହୋଇଛି ବିଶ୍ବ ଆଦିବାସୀ ଦିବସ । ଆଦିବାସୀ ଦିବସକୁ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିରାଟ ଆକାରରେ ପାଳନ କରିଛି ଦଳ । ଅଧିକ ପଢନ୍ତୁ

BJD
BJD
author img

By

Published : Aug 10, 2023, 8:26 AM IST

ଆଦିମ ଜନଜାତିଙ୍କର ସଂସ୍କୃତି ଓ ପ୍ରଗତି ପାଇଁ ଓଡିଶା ସରକାର ପ୍ରତିଶୃତି ବଦ୍ଧ : ବିଜେଡି

ଭୁବନେଶ୍ବର: ରାଜ୍ୟରେ ବସବାସ କରୁଥିବା ଆଦିମ ଜନଜାତିଙ୍କର ସଂସ୍କୃତି ଓ ପ୍ରଗତି ପାଇଁ ବିଜେଡି ନେତୃତ୍ବାଧୀନ ଓଡିଶା ସରକାର ପ୍ରତିଶୃତିବଦ୍ଧ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ବହୁତ କାର୍ଯ୍ୟ କରୁଛନ୍ତି । ଏହି ଆଦିମ ଜନଜାତିଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରାଯାଇଛି । ଏହା କହିଛନ୍ତି ଓଡିଶାର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ।

ବିଜୁ ଜନତା ଦଳ ପକ୍ଷରୁ ଗତକାଲି(ବୁଧବାର) ଆୟୋଜିତ ହୋଇଛି ବିଶ୍ବ ଆଦିବାସୀ ଦିବସ । ଆଦିବାସୀ ଦିବସକୁ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିରାଟ ଆକାରରେ ପାଳନ କରିଛି ଦଳ । ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ ବିଜେଡି, ମହିଳା ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ଶଙ୍ଖ ଭବନ ଉଦଘାଟନ ପରେ ଦଳ ପକ୍ଷରୁ ପ୍ରଥମ ଥର ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି । ସାରା ରାଜ୍ୟରୁ ଆଦିବାସୀଙ୍କୁ ଭୁବନେଶ୍ବର ଆଣି ଏକଜୁଟ କରିଥିଲା ଦଳ । ଭୁବନେଶ୍ବର ଫରେଷ୍ଟ ପାର୍କରୁ ଶଙ୍ଖ ଭବନ ପର୍ଯ୍ୟନ୍ତ ଦଳ ପକ୍ଷରୁ ବିଶାଳ ରାଲି ଆୟୋଜନ କରାଯାଇଛି । ଦଳର ତୁଙ୍ଗ ଆଦିବାସୀ ନେତା ମାନେ ଶୋଭାଯାତ୍ରା କରି ଶଙ୍ଖ ଭବନରେ ପହଞ୍ଚିବା ଥିଲେ । ଦଳ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ରାଜ୍ୟବ୍ୟାପୀ ପାଳନ କରାଯିବା ସହ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ, ଜନଜାତିଙ୍କ ବିକାଶରେ ସୃଷ୍ଟି କରିବ ନୂଆ ମାଇଲଷ୍ଟୋନ: ମୁଖ୍ୟମନ୍ତ୍ରୀ

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ‘‘ଆଦିମ ଜନଜାତିଙ୍କର ସଂସ୍କୃତି ଓ ପ୍ରଗତି ପାଇଁ ଓଡିଶା ସରକାର ପ୍ରତିଶୃତିବଦ୍ଧ । ଆଦିବାସୀ ବା ଆଦିମ ଜନଜାତିଙ୍କ ପାଇଁ ରାଜ୍ୟ ସରକାର ୨୩ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟ କରୁଛି । ପୂର୍ବରୁ ଏହା ୯ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆଉ ୧୪ ଜିଲ୍ଲାକୁ ସାମିଲ କରିଛନ୍ତି । ଆଦିବାସୀଙ୍କ ପୂଜାପୀଠ ବା ଜାହିରର ବିକାଶ ସହିତ, ଶଶ୍ମାନ, ହାଟ, ଗୋଷ୍ଠୀ ବା ସଂସ୍କୃତି କେନ୍ଦ୍ର ଏବଂ ଖେଳପଡିଆ ଇତ୍ୟାଦିର ବିକାଶ ହେଉଛି । ଜନଜାତିଙ୍କ ପାଇଁ ନୂଆ ନୂଆ ଯୋଜନା କରାଯିବା ସହ ବହୁ ପ୍ରକଳ୍ପ କାର୍ଯ୍ୟ ଚାଲିଛି ।’’ ସେହିପରି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଆଦିବାସୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ପାରମ୍ପରିକ ନୃତ୍ୟଗୀତ ସହିତ ଅତିଥିଙ୍କୁ ସ୍ବାଗତ କରାଯାଇଛି । ଏଥି ସହିତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସମ୍ପର୍କିତ କ୍ଷୁଦ୍ର ଗୀତ ଓ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖପାତ୍ର ପ୍ରିୟବ୍ରତ ମାଝୀ, ପ୍ରବକ୍ତା ଇପ୍ସିତା ସାହୁ ଓ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.