ଭବାନୀପାଟଣା: ଜେଲ ଗଲେ ରସିକିଆ ପ୍ରଧାନଶିକ୍ଷକ । ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ମେସେଜ ପଠାଇବା ଘଟଣାରେ ଗିରଫ ହେଲେ ଭବାନୀପାଟଣାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜୀବ ଦତ୍ତା । ସୂଚନା ଅନୁଯାୟୀ ଅଧ୍ୟକ୍ଷ ଜଣକ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ:-ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ! ପ୍ରଧାନ ଶିକ୍ଷକ ଥାନାରେ ଅଟକ
ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପ୍ରାଥମିକ ତଦନ୍ତରୁ ଅଧ୍ୟକ୍ଷକୁ ଅଟକ ରଖି ପଚରାଉଚୁରା ପରେ ଶେଷରେ ଅଭିଯୁକ୍ତ ରାଜୀବ ଦତ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ