ଭବାନୀପାଟଣା: ଆଜି ପଶ୍ଚିମ ଓଡିଶାର ଭାଇଚାରର ମହାନ ଗଣପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାରେ ଏହା ବଡ ଧୁମଧାମରେ ପାଳିତ ହୋଇଛି । ବର୍ଷକରେ ଥରେ ହେଉଥିବା ଏହି କୃଷିଭିତ୍ତିକ ପର୍ବ କଳାହାଣ୍ଡି ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ପାଳିତ ହୋଇଥାଏ ।
ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ପାଳିତ ହେବାକୁ ଥିବା ବେଳେ ଅନ୍ୟ ସ୍ଥାନ ରେ ଆଜି ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । କୋରୋନା କଟକଣା ସତ୍ତ୍ବେ ପାଳିତ ହେଲା ଗଣପର୍ବ ନୂଆଁଖାଇ । ଲୋକଙ୍କ ପାଇଁ ଏହା ଏକ ଭାବ ଦିଆନିଆର ମାଧ୍ୟମ । ପୂର୍ବ ପରମ୍ପରା ଅନୁସାରେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳ ଭବାନୀପାଟଣା, ମଦନପୁର ରାମପୁର, ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ଜୟପାଟଣାରେ ଏହା ଦଶମୀ ତିଥିରେ ପାଳିତ ହେବାକୁ ଥିବା ବେଳେ ସାରା ଜିଲ୍ଲାରେ ଆଜି ପଞ୍ଚମୀ ତିଥିରେ ପାଳିତ ହୋଇଛି ।
ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନୁଆ ବସ୍ତ୍ର ପରିଧାନ କରି ଅମଳ ଫସଲର ପ୍ରଥମ ଅନ୍ନକୁ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ମିଳିମିଶି ନୂଆଭୋଗ ଖାଇ ଖୁସି ଅନୁଭବ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଭେଟଘାଟର ପର୍ବ । ତେବେ କୋରୋନା କଟକଣା ସହ ଲାକଡାଉନର ପ୍ରଭାବ ଦେଖିବାକୁ ମିଳିଛି ।
କଳହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ