ETV Bharat / state

ଏକତାର ପର୍ବ ନୂଆଁଖାଇ, ପର୍ଯ୍ୟାୟକ୍ରମେ ନୂଆ ଖାଇବେ କଳାହାଣ୍ଡିବାସୀ - କଳାହାଣ୍ଡି ପଥର୍ଲା ନୂଆଁଖାଇ

ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ଲାଗି ଲଗ୍ନ ସ୍ଥିର ହୋଇଥିବାବେଳେ ସପ୍ତପୁରୀ ଅମବାସ୍ୟା ପରଦିନ ତଥା ଆଜି ଜିଲ୍ଲାର କେସିଙ୍ଗା ବ୍ଲକରେ ବେଶ ଧୁମଧାମରେ ନୂଆଁଖାଇ ପାଳନ ହୋଇଛି । ଅଧିକ ପଢ଼ନ୍ତୁ

nuakhai celebrated in patharla kalahanadi
ଏକତାର ପର୍ବ ନୂଆଁଖାଇ, ପର୍ଯ୍ୟାୟକ୍ରମେ ନୂଆ ଖାଇବେ କଳାହାଣ୍ଡିବାସୀ
author img

By

Published : Aug 28, 2022, 8:20 PM IST

ଭବାନୀପାଟଣା: "ଜୁହାର ଦାଦା ଜୁହାର, ଆଏଲା ଆମର ବଡ଼ଖା ତିହାର" ଦିନ କେଇଟା ଗଲେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ବା ଗଣପର୍ବ ନୂଆଁଖାଇ (agricultural festival nuakhai) । ଏବେଠୁ ଚଳଚଞ୍ଚଳ ହୋଇଉଠିଲାଣି ପୁରପଲ୍ଲୀ । ପଶ୍ଚିମ ଓଡ଼ିଶାର (harvest festival of western odisha) ସମସ୍ତ ଜିଲ୍ଲାରେ ନୂଆଁଖାଇ (nuakhai 2022) ବେଶ ଆଡ଼ମ୍ବର ଭାବେ ପାଳନ କରାଯାଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଚାରିଆଡ଼େ କେବଳ ଗୋଟିଏ ଦିନ ନୂଆଁଖାଇ ହୋଇଥାଏ । କିନ୍ତୁ କଳାହାଣ୍ଡିରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ । ଉତ୍ସବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ନୂଆଁଖାଇ ।

ଏକତାର ପର୍ବ ନୂଆଁଖାଇ

କିମ୍ବଦନ୍ତୀ ଅନୁସାରେ, ନୂଆଁଖାଇ ସପ୍ତପୁରୀ ଅମବାସ୍ୟାଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ । ପ୍ରଥମେ ଗ୍ରାମରେ ସଭାହୋଇ ନବାନ୍ନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୁଏ । ଏହାପରେ ଅମବାସ୍ୟା ପରଦିନ ଅର୍ଥାତ ଆଜି ଜିଲ୍ଲାର କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଛନ୍ତି (nuakhai celebrated in kalahandi) । ନୂଆଁଖାଇ ଆସିଲେ ଗାଁ ଗଣ୍ଡାରେ ଉତ୍ସବର ଆସର ଜମେ । ଘରେ ଘରେ କୁଣିଆଙ୍କ ଭିଡ଼ ଦେଖିବାକୁ ମିଳେ । ଯିଏ ଯୁଆଡେ ଥାଉ କିମ୍ବା ଯୁଆଡେ ଯାଇଥାଉ ନା କାହିଁକି ନୂଆଁଖାଇ ଆସିବା ଆଗରୁ ସମସ୍ତେ ଏ ଗୋଟିଏ ଦିନ ପାଇଁ ବି ଗାଁକୁ ଆସିଥାନ୍ତି । ଏପରିକି ବିଦେଶରେ ଥିଲେ ମଧ୍ୟ ନୂଆ ଖାଇବାକୁ ପ୍ରବାସୀ ଘର ବାହୁଡ଼ା ଦେଇଥାନ୍ତି । ଘର ଲିପାପୋଛା କରି ସପରିବାର ନୂଆ ବସ୍ତ୍ର ପରିଧାନ କରନ୍ତି । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ସ୍ବତନ୍ତ୍ର ବ୍ୟଞ୍ଜନ ତିଆରି ହୋଇଥାଏ । ଶାଳ ଓ କୁରେଇ ପତ୍ରରେ ଖଲି ଠୋଲା ତିଆରି କରାଯାଇ ଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ମା ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ନୂଆ ଚୁଡା, ଗୁଡ, ଧାନ ସଂଗ୍ରହ କରି ସପ୍ତପୂରୀ ଅମାବାସ୍ୟା ପରଦିନ ନିଜ ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ନବାନ୍ନ ଲାଗି କରାଯାଏ । ଏହାପରେ ଗାଁରେ ପାଳିତ ହୁଏ ନୂଆଁଖାଇ । ଆରମ୍ଭ ହୁଏ ଜୁହାର ଭେଟର ପର୍ବ । ସାନମାନେ ମଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଜମେ ନାଚଗୀତର ଆସର । ଢୋଲ,ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠେ ଗାଁ ମାଟି । ପରିବାର ପରିଜନଙ୍କ ସହ ଖୁସିରେ ଦିନଟି କଟିଥାଏ । "ତିହାର ଭିତରେ ତିହାର ପରେ ଆମର ଇ ନୂଆଖାଇ, ଶିଖେଇ ଦେସି ଏକଜୁଟ ହ ସଭେଁ ପରେ ଭାଇ ଭାଇ" ବିଭନ୍ନତା ମଧ୍ୟରେ ଏକତାରେ ସଭିଙ୍କୁ ବାନ୍ଧି ରଖିବା ନୂଆଁଖାଇ ପର୍ବର ମୂଳ ଉଦ୍ଦେଶ୍ୟ ।

ସୂଚନା ଥାଉକି, ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ଲାଗି ହୋଇ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳନ ହୋଇଥାଏ । ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୯ଟା ୧୫ ମିନିଟରୁ ୧୦ଟା ସମୟ ମଧ୍ୟରେ କଳାହାଣ୍ଡିର ଆରାଧ୍ୟଦେବୀ ମା' ମାଣିକେଶ୍ବେରୀଙ୍କ ଠାରେ ନବାନ୍ନ ଲାଗି ହେବ । ପରେ ଦିନ ୧୧ ଘଟିକା ରୁ ୧୨ ଘଟିକା ୪୮ ମିନିଟ ମଧ୍ୟରେ ସର୍ବସାଧାରଣ ନୂଆଁଖାଇ ପାଳନ ନେଇ ସମୟ ଧାର୍ଯ୍ୟ ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.