ETV Bharat / state

ମାଉସୀ ଘରୁ ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭଇଁରିଗୁଡା ଗାଁରେ ନିଜ ମାଉସୀ ଘରେ ରହୁଥିବା ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

author img

By

Published : Sep 15, 2019, 11:15 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ମାଉସୀ ଘରୁ ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭଇଁରିଗୁଡା ଗାଁରେ । ଉକ୍ତ ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ହେଲେ ଜୁନାଗଡ଼ ମଦଭାଟି ପଡାର କପୁରଚନ ବେଶ୍ରାଙ୍କ 16 ବର୍ଷୀୟ ଝିଅ ବବି ବେଶ୍ରା ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

ଗତ 3 ମାସ ଧରି ବବି ଭଇଁରିଗୁଡା ଗ୍ରାମରେ ଥିବା ନିଜ ମଉସା ଜଳନ୍ଧର ଦୁର୍ଗା ଓ ମାଉସୀ ରାହାସ ଦୁର୍ଗାଙ୍କ ଘରେ ରହୁଥିଲେ । ଅପରାହ୍ନରେ ପରିବାର ଲୋକେ ଘରୁ ଆସିବା ପରେ ବିବି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରେ ଝିଅର ପରିବାରକୁ ଖବର ଦେବା ସହିତ ଜୁନାଗଡ଼ ଥାନାରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘରେ କେହି ନଥିବାବେଳେ ବବି ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ମାଉସୀ ଘରେ ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭଇଁରିଗୁଡା ଗାଁ ରେ ମାଉସୀଘରେ  ଝିଆରୀଙ୍କ ଆତ୍ମହତ୍ୟା କରିବା ଘଟଣା ଏଠାରେ ଛାଞ୍ଚଲ୍ୟ ଖେଳିଯାଇଛି । Body:ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ସହରସ୍ଥିତ ମଦଭାଟି ପଡାର କପୁରଚନ ବେଶ୍ରା ଙ୍କ ଝିଅ ବବି ବେଶ୍ରା(୧୬) ଭଇଁରିଗୁଡା ଗ୍ରାମରେ ଥିବା ମଉସା ଜଳନ୍ଧର ଦୁର୍ଗା ଓ ମାଉସୀ ରାହାସ ଦୁର୍ଗାଙ୍କ ଘରକୁ ଗତ ତିନି ମାସ ତଳେ ଆସି ରହୁଥିଲେ । ମାଉସୀ ଙ୍କ ପରିବାର କାମଧନ୍ଦା ଅନ୍ୱେଷଣ ରେ ଯାଇଥିବା ବେଳେ ଘରେ କେହି ନଥିବା ବେଳେ ବବି ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଥିଲେ । Conclusion:ଅପରାହ୍ନରେ ପରିବାର ଲୋକେ ଘରକୁ ଆସିବା ପରେ ବବି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରେ ଝିଅ ପରିବାରକୁ ଖବର ଦେବା ପରେ ଆତ୍ମହତ୍ୟା କରିଥିବା ନେଇ ଜୁନାଗଡ଼ ଥାନାରେ ଅଭିଯୋଗ କରିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.