ETV Bharat / state

ପୁଣି ଅଲୋଡା ଅଲିଅଳି, ପୋଖରୀ ହୁଡାରୁ ନବଜାତ ମୃତଦେହ ଉଦ୍ଧାର

author img

By

Published : Aug 23, 2022, 7:05 PM IST

ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । କଳାହାଣ୍ଡି ଜିଲ୍ଲା କରାଟିକିଲି ଗ୍ରାମରେ ପୋଖରୀ କୂଳରୁ ଶିଶୁର ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

new born child dead body found in kalahandi
ପୁଣି ଅଲୋଡ଼ା ଶିଶୁ, ପୋଖରୀ ହୁଡ଼ାରେ ନବଜାତ ମୃତଦେହ ଉଦ୍ଧାର

ଭବାନୀପାଟଣା: ହଜିଗଲା ମାନବିକତା । ମରିଗଲା ମଣିଷ ପାଣିଆ । ପୁଣି ଆଲୋଡ଼ା ହେଲା ନବଜାତ ଶିଶୁ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କରାଟିକିଲି ଗ୍ରାମରେ । ଏକ ପୋଖରୀ ହୁଡାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି (new born child dead body found in kalahandi) ।

ସୂଚନା ଅନୁଯାୟୀ, ସକାଳୁ ଗ୍ରାମର କିଛି ମହିଳା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। କେହି ଜନ୍ମ କରିବା ପରେ ଫିଙ୍ଗି ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଶିଶୁଟି ଝିଅ ନା ପୁଅ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଏହା ମଧ୍ୟ ପଢ଼ନ୍ତୁ: ଡାଇରିଆ ଆତଙ୍କ, ତିର୍ଲିଆମ ଗାଁରେ ପହଞ୍ଚି ସମସ୍ୟା ବୁଝିଲା ପ୍ରଶାସନ

ସୂଚନା ଥାଉକି, ବର୍ତ୍ତମାନ ଜିଲ୍ଲାରେ ଏଭଳି ଘଟଣା ବୃଦ୍ଧି ପାଇବାକୁ ଲାଗିଛି । ପୂର୍ବରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଘୋଡାଘାଟ ଛକ ପୋଲ ସାଇଡରୁ ମଧ୍ୟ ଏକ ନବଜାତ ଶିଶୁ କନ୍ୟା ମୃତଦେହ ଉଦ୍ଧାର ହୋଇଥିଲା । ଯାହା ଫଳରେ ଶିଶୁ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

କଳାହାଣ୍ଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.