ETV Bharat / state

ଜମିଜମା ବିବାଦ, ପୁତୁରାର ଟାଙ୍ଗିଆ ଚୋଟରେ କକା ମୃତ - ହତ୍ୟାକାଣ୍ଡ

ଜମିଜମା ବିବାଦକୁ ନେଇ ପୁତୁରା ଟାଙ୍ଗିଆ ଚୋଟରେ କକାର ମୃତ୍ୟୁ ଘଟିଛି । କଳାହାଣ୍ଡି ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

ଜମିଜମା ବିବାଦ, ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

author img

By

Published : Aug 24, 2021, 12:55 PM IST

ଭବାନୀପାଟଣା: ଜମିଜମା ବିବାଦକୁ ନେଇ ଅକାଳରେ ଚାଲିଗଲା ଗୋଟିଏ ଜୀବନ । ପୁତୁରାର ଟାଙ୍ଗିଆ ଚୋଟରେ ଜୀବନ ହାରିଛି କକା । କଳାହାଣ୍ଡି ଜିଲ୍ଲା ସଦର ଥାନା ଠେମରା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସଦର ପୋଲିସ ମୃତକଙ୍କ ମୃତ୍ୟୁକାଳୀନ ଜମାବନ୍ଦୀ ଆଧାରରେ ତଦନ୍ତ ଜାରି ରଖିଛି ।

ଜମିଜମା ବିବାଦ, ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ମୃତକଙ୍କ ନାମ ପାଣ୍ଡେ ମେହେର ବୋଲି ଜଣାପଡ଼ିଛି । ଗତ ୨୧ ତାରିଖରେ ପୋଲିସ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ପୁତୁରା ଟଙ୍କଧର ମେହେରକୁ ଗିରଫ କରିଛି। ପାଣ୍ଡେ ଓ ଟଙ୍କଧରଙ୍କ ମଧ୍ୟରେ କକା-ପୁତୁରାର ସମ୍ପର୍କ । ଗତ ୨୧ ତାରିଖରେ ଜମିଜମା ବିବାଦକୁ ନେଇ ଉଭୟଙ୍କ ଅଧ୍ୟରେ ବଚସା ହୋଇଥିଲା । ଏଥିରେ ଟଙ୍କଧର ଉତକ୍ଷିପ୍ତ ହୋଇ କକା ପାଣ୍ଡେଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ।

ଗୁରୁତର ପାଣ୍ଡେଙ୍କୁ ପରିବାରବର୍ଗ ଭବାନୀପାଟଣା ଡାକ୍ତର ଖାନାରେରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା । ପାଣ୍ଡେଙ୍କ ମୃତ୍ୟକାଳୀନ ଜମାନ ବନ୍ଦୀରେ ପୁତୁରା ଟଙ୍କଧର ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.