ETV Bharat / state

ରିକ୍ସା ପାର୍କିଂକୁ ନେଇ ଭବାନୀପାଟଣାରେ ବିଭତ୍ସ ହତ୍ୟାକାଣ୍ଡ

author img

By

Published : Jul 14, 2020, 2:21 AM IST

ଅର୍କାବାହାଲି ପଡ଼ା ଛକରେ ଥିବା ରିକ୍ସା ଷ୍ଟାଣ୍ଡରେ ରିକ୍ସା ପାର୍କିଂକୁ ନେଇ ହତ୍ୟାକାଣ୍ଡ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ରିକ୍ସା ପାର୍କିଂକୁ ନେଇ ଭବାନୀପାଟଣାରେ ବିଭତ୍ସ ହତ୍ୟାକାଣ୍ଡ
ରିକ୍ସା ପାର୍କିଂକୁ ନେଇ ଭବାନୀପାଟଣାରେ ବିଭତ୍ସ ହତ୍ୟାକାଣ୍ଡ

ଭବାନୀପାଟଣା: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଣେ ମଣିଷ ଯେ ନିଜର ବୁଦ୍ଧି ବିବେକ ହରାଇ ରାକ୍ଷସ ପାଲଟିଯାଇପାରେ, ତାର ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅର୍କାବାହାଲି ପଡ଼ାରେ । ରିକ୍ସା ପାର୍କିଂକୁ ନେଇ ଜଣେ ରିକ୍ସା ଚାଳକ ଅନ୍ୟ ଜଣେ ରିକ୍ସା ଚାଳକର ଜୀବନ ନେବାକୁ ପଛାଇନାହିଁ ।

ଅର୍କାବାହାଲି ପଡ଼ା ଛକରେ ଥିବା ରିକ୍ସା ଷ୍ଟାଣ୍ଡରେ ରିକ୍ସା ପାର୍କିଂକୁ ନେଇ ପୂର୍ଣ୍ଣ ମେହେର ଓ ପିଲୁ ବାଗଙ୍କ ମଧ୍ୟରେ ବହୁ ଦିନରୁ ଅନେକବାର ପାଟିତୁଣ୍ଡ ହେଉଥିଲା । ଏହାକୁ କେନ୍ଦ୍ର କରି ସୋମବାର ପୂର୍ଣ୍ଣ ମେହେର ପିଲୁ ବାଗର ଗଳା କାଟି ହତ୍ୟା କରିଥିବା ସୂଚନା ମିଳିଛି ।

ଟାଉନ ଥାନାଧିକାରୀଙ୍କ ସୁଚନା ଅନୁସାରେ, ପୂର୍ଣ୍ଣ ମେହେର ମୃତକ ପିଲୁ ବାଗଙ୍କୁ ତାଙ୍କ ରିକ୍ସାକୁ ଷ୍ଟାଣ୍ଡରେ ରଖିବା ପାଇଁ ସବୁବେଳେ ବାରଣ କରୁଥିଲା । ସୋମବାର ପିଲୁ ଥକିପଡ଼ି ନିଜ ରିକ୍ସା ଉପରେ ଶୋଇପଡିଥିଲେ । ଏହାର ସୁଯୋଗ ନେଇ ପୁର୍ଣ୍ଣ ମେହେର ନିଜ ଘରୁ ଏକ କଟୁରୀ ଆଣି ଅତି ନିର୍ମମଭାବେ ପିଲୁ ବାଗଙ୍କ ଗଳା କାଟି ହତ୍ୟା କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.