ଭବାନୀପାଟଣା: ସାମାନ୍ୟ ମୋବାଇଲର ପାର୍ଶ୍ଵ ପ୍ରତିକ୍ରିୟା ଏତେଯେ ଭୟାବହ ହୋଇପାରେ, ଜଣେ ସାଧାରଣ ସୁସ୍ଥ ମଣିଷ ବି ନିଜ ଜୀବନକୁ ବାଜି ଲାଗେଇବାର ନଜିର ରହିଛି । ଏମିତି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଅଞ୍ଚଳରେ । କେସିଙ୍ଗା ଥାନା ମାଲପଡା ଗାଁର ୧୧ ବର୍ଷର ପୁଅ ଇଶାନ ମୋବାଇଲରେ ଗେମ ଖେଳିବାକୁ ନେଇ ମୋବାଇଲ ସହ ଏତେ ନିବିଡ଼ ସମ୍ପର୍କ ବାନ୍ଧି ଥିଲା ଯେ ଶେଷରେ ଏହି ମୋବାଇଲ ପାଇଁ ଆତ୍ମହତ୍ୟା କରିବାକୁ ପଛାଇ ନଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି।
ଗତ କିଛି ମାସ ତଳେ ବ୍ଲୁହ୍ବେଲ ଓ ପବଜି ଭଳି ମୋବାଇଲ ଗେମ ପାଇଁ ଅନେକ ପିଲାମାନେ ପରୋକ୍ଷରେ ଆତ୍ମହତ୍ୟା କରିବାକୁ ପଛେଇ ନଥିବା ନଜିର ମଧ୍ୟ ରହିଛି। ପିଲାମାନେ ମୁଖ୍ୟତଃ କିଶୋରବସ୍ଥା ସମୟରେ ବେଶ ଅଝଟିଆ ଥାନ୍ତି ଜୀବନର ବାସ୍ତବ ସ୍ବରୂପକୁ ବୁଝିବା ଅପେକ୍ଷା ଆକର୍ଷଣକୁ ହିଁ ପ୍ରାଧାନ୍ୟ ଦେଇଥାନ୍ତି । ଏହିଭଳି ଭାବରେ ଇଶାନ ମଧ୍ୟ ମୋବାଇଲ ବ୍ୟବହାର ଉପରେ ପରିବାର ବର୍ଗଙ୍କ କଟକଣାକୁ ସହି ନ ପାରି ଏଭଳି ଏକ ଚରମ ପଦକ୍ଷେପ ନେବା ଏକ ଚିନ୍ତାଜନକ ବିଷୟ। ଶିକ୍ଷା ସଂସ୍କାର ଓ ସମ୍ପର୍କ ଦିଗରେ ପିଲାମାନଙ୍କୁ ଯଦି ଯତ୍ନଶୀଳ ହେବାପାଇଁ ଶିକ୍ଷା ଦିଆଯାଏ ତେବେ ଏଭଳି ଘଟଣାକୁ ରୋକା ଯାଇପାରିବ ବୋଲି ବୁଦ୍ଧିଜୀବୀ କୁହନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ