ETV Bharat / state

ଭବାନୀପାଟଣା ବିଡିଓଙ୍କ ନିଲମ୍ବିନ ଦାବି, ଚିଠି ଲେଖିଲେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ - ଭବାନୀପାଟଣା ବିଡିଓଙ୍କ ନିଲମ୍ବିନ ଦାବି କଲେ ବିଧାୟକ

ପ୍ରଦୀପ୍ତ କହିଛନ୍ତି, ‘‘ମୋର ସ୍ବାସ୍ଥ୍ୟ ସମସ୍ୟା ହେତୁ ମୋ ନିର୍ବାଚନମଣ୍ଡଳୀରେ 27 ମାସ ଅନୁପସ୍ଥିତି ଥିଲି । ଏହି ସମୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ବିଡିଓ ମନଇଛା କରିଛନ୍ତି । ବ୍ଳକ ଅଧ୍ୟକ୍ଷ ଏବଂ ତାଙ୍କ ସମର୍ଥଙ୍କଙ୍କୁ ବିଡିଓ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ।’’ ଏମିତି କି ଚପଲରେ ପିଟିବାକୁ ମଧ୍ୟ ଧମକ ଦେଇଥିଲେ ବିଡିଓ । ଅଧିକ ପଢନ୍ତୁ

ଭବାନୀପାଟଣା ବିଡିଓଙ୍କ ନିଲମ୍ବିନ ଦାବି କଲେ ବିଧାୟକ  ପ୍ରଦୀପ୍ତ ନାୟକ

author img

By

Published : Aug 2, 2023, 7:45 PM IST

ଭୁବନେଶ୍ବର: ଭବାନୀପାଟଣା ବିଡିଓଙ୍କୁ ନିଲମ୍ବିତ କରାଯାଉ । ଦୁଇ ଦିନ ତଳେ ପୂର୍ବତନ ବିରୋଧୀ ଦଳର ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ପ୍ରେସମିଟ କରି ବିଡିଓଙ୍କ ନିଳମ୍ବନ ଦାବି କରିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ସ୍ବରକୁ ଆହୁରି ଶାଣିତ କରିଛନ୍ତି । ପ୍ରଦୀପ୍ତ କହିଛନ୍ତି, ‘‘ମୋର ସ୍ବାସ୍ଥ୍ୟ ସମସ୍ୟା ହେତୁ ମୋ ନିର୍ବାଚନମଣ୍ଡଳୀରେ 27 ମାସ ଅନୁପସ୍ଥିତି ଥିଲି । ଏହି ସମୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ବିଡିଓ ମନଇଛା କରିଛନ୍ତି । ବ୍ଳକ ଅଧ୍ୟକ୍ଷ ଏବଂ ତାଙ୍କ ସମର୍ଥଙ୍କଙ୍କୁ ବିଡିଓ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ।’’

ଭବାନୀପାଟଣା ବିଡିଓଙ୍କ ନିଲମ୍ବିନ ଦାବି କଲେ ବିଧାୟକ  ପ୍ରଦୀପ୍ତ ନାୟକ
ଭବାନୀପାଟଣା ବିଡିଓଙ୍କ ନିଲମ୍ବିନ ଦାବି କଲେ ବିଧାୟକ ପ୍ରଦୀପ୍ତ ନାୟକ

ଏମିତି କି ଚପଲରେ ପିଟିବାକୁ ମଧ୍ୟ ଧମକ ଦେଇଥିଲେ ବିଡିଓ । ପ୍ରଦୀପ୍ତ ଅଭିଯୋଗ କରିଛନ୍ତି ବିଡିଓ କହିଛନ୍ତି ପଲିଟିକାଲ ମ୍ୟାନେଜମେଣ୍ଟ ଅନୁସାରେ ମୋତେ କାମ କରିବାକୁ ହେବ । ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଏବଂ ବିଧାୟକଙ୍କୁ ବେଖାତିର କରୁଛନ୍ତି ବିଡ଼ିଓ । ଆଉ ଗଣତନ୍ତ୍ର ନାହିଁ । ବ୍ଲକ ପ୍ରଶାସନିକ ଅଧିକାରୀ କାହା ବଳରେ ବଳିୟାନ ହୋଇଛନ୍ତି । ଏକ ଚାଟିଆ ଭାବେ ବ୍ଲକକୁ ଚଳାଉଛନ୍ତି ବିଡ଼ିଓ । ଚେୟାରମ୍ୟାନଙ୍କୁ ଗୁରୁତ୍ଵ ଦେଉନାହାନ୍ତି। ଆଜି ଏମାନେ କାହା ବଳରେ ବଳିୟାନ ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ୍ତ ।

ଏହାବି ପଢନ୍ତୁ- ଏକଚାଟିଆ ଭାବେ ବ୍ଲକକୁ ଚଲାଉଛନ୍ତି ବିଡିଓ ମ୍ୟାଡମ: ପ୍ରଦୀପ୍ତ ନାଏକ

ଏହାର ଅର୍ଥ ରାଜ୍ୟ ସରକାର ସରକାରୀ ବାବୁଙ୍କୁ ଦାୟିତ୍ବ ଦେଇଛନ୍ତି ବିଜୁ ଜନତା ଦଳକୁ ନିର୍ବାଚନରେ ଜିତାଇବା ପାଇଁ । ଶାସକ ଦଳର ନେତାମାନଙ୍କୁ ଠିକାକାମ ଦେବା ପାଇଁ । ପ୍ରତିପକ୍ଷ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଜୋତରେ ପିଟିବା ପାଇଁ ବୋଲି ପ୍ରଦୀପ୍ତ କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଓଡ଼ିଶାର ପ୍ରଶାସନିକ ଅରାଜକତା ବଢ଼ିଛି । ଯଦି ଜଣେ ବିଡିଓ ଏଭଳି ବୟାନବାଜି କରନ୍ତି ତାହାଲେ ଜିଲ୍ଲାପାଳ, ସଚିବସ୍ତରର ଅଧିକାରୀ ଓଡିଶାର ଜନପ୍ରତିନିଧିମାନଙ୍କୁ କିଭଳି ହତାଦର କରୁଥିବେ ଏଥିରୁ ସ୍ପଷ୍ଟ । ତେଣୁ ତୁରନ୍ତ ବିଡିଓଙ୍କୁ ନିଳମ୍ବନ କରାଯାଉ ।

ଦୁଇ ଦିନ ତଳେ ଭବାନୀପାଟଣାରେ ବିଧାୟକ, ବ୍ଳକ ଅଧ୍ୟକ୍ଷ ଏବଂ ତାଙ୍କ ସମର୍ଥଙ୍କଙ୍କୁ ବିଡିଓ ମାଡାମ୍ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଥିଲେ ପ୍ରଦୀପ୍ତ ନାୟକ । ଏମିତି କି ଚପଲରେ ପିଟିବାକୁ ମଧ୍ୟ ଧମକେଇ ଥିଲେ ବିଡିଓ ମ୍ୟାଡାମ୍ । କହିଲେ ପଲିଟିକାଲ ମ୍ୟାନେଜମେଣ୍ଟ ଅନୁସାରେ ମୋତେ କାମ କରିବାକୁ ହେବ । ବ୍ଲକ ଅଧ୍ୟକ୍ଷ ଏବଂ ବିଧାୟକଙ୍କୁ ବେଖାତିର କରୁଛନ୍ତି ବିଡ଼ିଓ । ଭବାନୀପାଟଣା ବ୍ଳକ୍ ବିଡିଓ ମାଡାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ବରରେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାର ଉପରେ ବର୍ଷିଥିଲେ ପୂର୍ବତନ ବିରୋଧୀ ଦଳ ନେତା ତଥା ବିଧାୟକ ପ୍ରଦୀପ୍ତ ନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.