ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଲୁଟପାଟ୍ ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିଲେ ଲୁଟେରା । ଏଭଳି ଘଟଣା ଘଟିଛି ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରାଗାଁରେ । ଗ୍ରାମର ଫକୀର ମୋହନ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଫକୀର ମୋହନ ପଣ୍ଡାଙ୍କ ପରିବାର କୌଣସି କାମରେ ବାହାରକୁ ଯାଇଥିବା ବେଳେ ଗୁରୁବାର ସନ୍ଧ୍ୟା ସମୟରେ କେହି ଦୁର୍ବୃତ୍ତ ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଏହାପରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ସୁନାଗହଣା ଲୁଟି ନେଇଥିଲେ । ପରିବାର ଲୋକେ ଘରେ ପହଞ୍ଚି ଚୋରି ହୋଇଥିବା ଜାଣିବା ପରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।