ଭବାନୀପାଟଣା: ଘରେ ପଶି ଡକାୟତି କରିବା ପରେ ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ । ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କାଶିବାହଲ ଗ୍ରାମରେ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୧୦ରୁ୧୨ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ କାଶିବାହଲ ଗାଁର ଋଷିମଣି ପୁଝାରଙ୍କ ଘରେ ପଶିଥିଲେ । ଏହାପରେ ଋଷିମଣିଙ୍କ ପୁଅ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତ ମାନେ ରୋହନ ପୁଝାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଧରି ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ ।
ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁତର ରୋହନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ଜିଲ୍ଲାରେ ଏହି ଚୋରି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଅନେକ ଚୋରି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଡକାୟତଙ୍କୁ ଧରିବାରେ ଅସଫଳ ପୋଲିସ ।