ETV Bharat / state

ବାହାବେଦୀରୁ କନ୍ୟା ଫେରାର, ଶାଳିକୁ ବାହା ହୋଇ ହଟହଟା ବର

author img

By

Published : Feb 17, 2021, 9:25 PM IST

ବାଜା ବାଣ ରୋଷଣୀ ସହ କନ୍ୟା ଘରେ ବର ପହଞ୍ଚିବାବେଳକୁ ବେଦୀରୁ କନ୍ୟା ଫେରାର । ନାବାଳିକା ଶାଳିକୁ ବାହାହୋଇ ହଟହଟା ବର । ଅଧିକ ପଢନ୍ତୁ...

ବାହା ବେଦୀରୁ କନ୍ୟା ଫେରାର, ଶାଳିକୁ ବାହା ହୋଇ ହଟହଟା ବର

ଭବାନୀପାଟଣା: ବର ଶିଶୁପାଳ ହୋଇ ଫେରିବା ଘଟଣା ଶୁଣିଥିବେ, ହେଲେ ଏଠି ଘଟଣା କିଛି ଭିନ୍ନ । ବନ୍ଧୁ ବାନ୍ଧବଙ୍କ ଗହଳି ଚହଳିରେ ଘର ଫାଟି ପଡୁଥିଲା । ବିବାହ ପାଇଁ ବେଦୀ ସହ ପ୍ରସ୍ତୁତ ଥିଲେ ବ୍ରାହ୍ମଣ । ସେପଟେ ବାଜା ବାଣ ରୋଷଣୀ ସହ ମହାଆଡମ୍ବରରେ ବିବାହ ପାଇଁ ବର ପହଞ୍ଚିଥିଲା କନ୍ୟା ଘରକୁ । ମାତ୍ର ଶେଷ ମୁହୂର୍ତ୍ତରେ ଧୋକା ଦେଇ ବାହା ବେଦୀରୁ ଫେରାର୍ ହୋଇଗଲା କନ୍ୟା । ପରେ ଦୁଇ ପରିବାରର ସଲାସୁତୁରାରେ ନାବାଳିକା ଶାଳିକୁ ବାହା ହେଲା ବର । ଫଳସୂରୁପ ନାବାଳିକା ସହ ବିବାହ ପାଇଁ ଏବେ ଖୁବ ହଟହଟା ହେବାକୁ ପଡିଛି ବରକୁ । ଏହି ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟ ଗାଁର ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତ୍ରିରେ ଜୟପାଟଣା ଥାନା ବଟ କର୍ଲାକୋଟ ମଲାପଡା ଗାଁକୁ କଲମପୁର ବ୍ଲକ ତେନ୍ତୁଳି ଗାଁରୁ ବର ଆସିଥିଲା । ହେଲେ ଶ୍ବଶୁର ଘରେ ପହଞ୍ଚିଲା ବେଳକୁ କନ୍ୟା ବେଦିରୁ ଚମ୍ପଟ ମାରିଥିଲା । ଯଦ୍ବାରା ନାବାଳିକା ଶାଳିକୁ ବିବାହ କରି ଘରକୁ ଫେରିଥିଲା ବର । ମାତ୍ର ଝିଅ ନାବାଳିକା ହେତୁ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜୟପାଟଣା ସିଡିପିଓ ଓ ପୋଲିସ ପହଞ୍ଚି ଶାଶୁଘର ତେନ୍ତୁଳିଖୁଣ୍ଟା ଗାଁରୁ ନାବାଳିକା ବଧୂକୁ ଉଦ୍ଧାର କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.