ETV Bharat / state

ପୂର୍ତ୍ତ ମନ୍ତ୍ରୀଙ୍କ କଳାହାଣ୍ତି ଗସ୍ତ: ୨୦୨୩ ସୁଦ୍ଧା ମେଡିକାଲ କଲେଜ କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କଳାହାଣ୍ଡି ଗସ୍ତ କରିଛନ୍ତି । ଗସ୍ତ ଅବସରରେ ସେ ଜିଲ୍ଲା ଭଙ୍ଗାବାରୀଠାରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : May 27, 2022, 3:41 PM IST

ପୂର୍ତ୍ତ ମନ୍ତ୍ରୀଙ୍କ କଳାହାଣ୍ତି ଗସ୍ତ;ମେଡିକାଲ କଲେଜ କାର୍ଯ୍ୟକୁ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ

ଭବାନୀପାଟଣା: କଳାହାଣ୍ଡି ଗସ୍ତରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହି ଗସ୍ତ ଅବସରରେ ସେ ଜିଲ୍ଲାର ଭଙ୍ଗାବାରୀଠାରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜର ପରିଦର୍ଶନ କରିଛନ୍ତି । ପରେ ଜିଲ୍ଲା ସର୍କିଟ ହାଉସରେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଅନୁଷ୍ଠିତ ବୈଠକରେ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ(Dr Gavali Parag Harshad), ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଠିକା ସଂସ୍ଥା କର୍ମଚାରୀ ସାମିଲ ହୋଇଥିଲେ।

ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ନିର୍ମାଣ କାମ ସମୀକ୍ଷା କରିବା ସହ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜର କାମ ୨୦୨୩ ମସିହା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ୨୦୧୬ ମସିହାରେ ଭଙ୍ଗାବାରୀଠାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ନିର୍ମାଣ କାମକୁ ୫ ବର୍ଷରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମେଡିକାଲ କଲେଜ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.