ETV Bharat / state

DibyaShankar Press Conference: କ୍ୟାବିନେଟ ବୈଠକ ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ଦିବ୍ୟଶଙ୍କର

କଳାହାଣ୍ଡି ଜିଲ୍ଲା ପାଇଁ ପାନୀୟ ଜଳ ପ୍ରକଳ୍ପରେ କ୍ୟାବିନେଟ ବୈଠକରେ (Cabinet Meeting) ୪୧୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଏ ନେଇ ଜିଲ୍ଲା ବିଜେଡି(BJD) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ(Press meet) ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

author img

By

Published : Nov 24, 2021, 8:23 AM IST

ବିଜେଡିର ସାମ୍ବାଦିକ ସମ୍ମିଳନୀ
ବିଜେଡିର ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପାଇଁ ପାନୀୟ ଜଳ ପ୍ରକଳ୍ପରେ କ୍ୟାବିନେଟ ବୈଠକରେ (Cabinet Meeting) ୪୧୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଏ ନେଇ ଜିଲ୍ଲା ବିଜେଡି(BJD) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ( press conference) ଆୟୋଜିତ ହୋଇଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର (DibyaShankar Mishra)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସାମ୍ବାଦିକ ସମ୍ମିଳନୀ । ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛି ଜିଲ୍ଲା ବିଜେଡି ।

ବିଜେଡିର ସାମ୍ବାଦିକ ସମ୍ମିଳନୀ

ସମ୍ମିଳନୀରେ ଜିଲ୍ଲାର ଅନେକ ବରିଷ୍ଠ ବିଜେଡି ନେତା ସାମିଲ ହୋଇଛନ୍ତି । ଜିଲ୍ଲାର କଲମପୁର, ଜୟପାଟଣା, ଜୁନାଗଡ଼ ବ୍ଲକରେ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟ ବୈଠକରେ(Cabinet Meeting) ୪୧୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏହା ସହାୟକ ହେବ । ଏହା ସହ ଫ୍ଲୋରାଇଡ଼ ପାଣି ସମସ୍ୟାର ସମାଧାନ ହେବ ଓ ଏହି ପ୍ରକଳ୍ପ ଗ୍ରାମାଞ୍ଚଳର ମୋଟ ଜନସଂଖ୍ୟାକୁ ୩ ଲକ୍ଷ ୫୦ ହଜାର ଲୋକ ପାଇପ ଯୋଗେ ପାନୀୟ ଜଳ ପାଇ ପାରିବେ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଜିଲ୍ଲାବାସୀଙ୍କୁ ଏହି ପ୍ରକଳ୍ପ ଭେଟି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି ଜିଲ୍ଲା ବିଜେଡି ।

ପ୍ରକାଶ ଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Patnaik) ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭିନ୍ନ ବିଭାଗର ୨୪ଟି ଗୁରୁତ୍ତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । କ୍ୟାବିନେଟରେ (Cabinet) ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଅର୍ଥ, କୃଷି ଏବଂ କୃଷକ ସଶକ୍ତିକରଣ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ପଞ୍ଚାୟତରାଜ ଏବଂ ପାନୀୟ ଜଳ ସମ୍ବନ୍ଧୀୟ ୨୪ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.