ଭବାନୀପାଟଣା: ଗୋଆରୁ କଳାହାଣ୍ଡି ପହଞ୍ଚିଲେ ପ୍ରବାସୀ ଶ୍ରମିକ । ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ୧୪୦୦ ଜଣ ଭବାନୀପାଟଣା ରେଲୱେ ଷ୍ଟେସନ ପହଞ୍ଚିଥିବା ବେଳେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୪ ତାରିଖ ରାତି ୧୨ଟାରୁ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୮ ଘଣ୍ଟା ପାଇଁ ଭବାନୀପାଟଣା ସହରରେ କର୍ଫ୍ୟୁ ଘୋଷଣା କରାଯାଇଛି । ଭବାନୀପାଟଣାଠାରୁ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ଵତନ୍ତ୍ର ଟ୍ରେନ୍ ଦିନ ୩ଟା ସମୟରେ ପହଞ୍ଚିଛି । ରେଲୱେ ଷ୍ଟେସନ ଅଞ୍ଚଳରୁ ୫୦୦ ମିଟର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ