ETV Bharat / state

ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି କଳାହାଣ୍ଡିର ଦାଦନ, ଉଦ୍ଧାର କରିବାକୁ ଭିଡିଓ ମାଧ୍ୟମରେ ନିବେଦନ - କଳାହାଣ୍ଡି ଦାଦନ ଶ୍ରମିକ

ରୋଜଗାର ଆଶାରେ କଳାହାଣ୍ଡିରୁ ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକଙ୍କୁ ତେଲେଙ୍ଗାନାରେ ଅତ୍ୟାଚାର । ବିନା ଟଙ୍କାରେ କାମ କରିବା ପାଇଁ ବାଧ୍ୟ କରିବା ସହ କାମ ନ କଲେ ଅମାନୁଷିକ ଭାବରେ ଦିଆଯାଉଛି ନିର୍ଯ୍ୟାତନା । ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ କଲେ ନିବେଦନ । ଅଧିକ ପଢ଼ନ୍ତୁ

ବନ୍ଧା ପଡ଼ିଛନ୍ତି ଦାଦନ ଶ୍ରମିକ, ଉଦ୍ଧାର ହେବାକୁ ଭିଡିଓ ମାଧ୍ୟମରେ ନିବେଦନ

author img

By

Published : Jul 5, 2022, 10:15 PM IST

ଭବାନୀପାଟଣା: ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଶ୍ରମିକ । ମୁକୁଳିବାର କୌଣସି ଉପାୟ ନପାଇ ଦୁଇଟି ଭିଡିଓ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କରିଛନ୍ତି ନିବେଦନ ।

ବନ୍ଧା ପଡ଼ିଛନ୍ତି ଦାଦନ ଶ୍ରମିକ, ଉଦ୍ଧାର ହେବାକୁ ଭିଡିଓ ମାଧ୍ୟମରେ ନିବେଦନ

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ବେହେରାଗୁଡା ଏବଂ ରଏନଗୁଡା ଗ୍ରାମର ଅନେକ ଶ୍ରମିକ ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । ବଲାଙ୍ଗୀର ଜିଲ୍ଲାର ବେଣୁ ଦାସ ନାମକ ଜଣେ ଦଲାଲ ଏହି ଶ୍ରମିକଙ୍କୁ ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଏକ ଇଟାଭାଟିରେ କାମ କରିବା ପାଇଁ ନେଇଥିଲା । ରୋଜଗାର ଆଶାରେ ଛୋଟ ଛୋଟ ପିଲାଙ୍କ ଧରି ସପରିବାର ଯାଇଥିଲେ ଇଟାଭାଟିରେ କାମ କରିବା ପାଇଁ । ତେବେ ସେଠାରେ ସେମାନେ ପାରିଶ୍ରମିକ ମାଗିବା ପରେ ଅତ୍ୟାଚାର ଆରମ୍ଭ କରିଥିଲେ ଇଟାଭାଟି ମାଲିକ । କେବଳ ଯୁବ ଶ୍ରମିକ ନୁହନ୍ତି ବୟସ୍କ ଲୋକମାନଙ୍କୁ ପାରିଶ୍ରମିକ ନଦେଇ ମାଡମାରିବା ସହିତ ଶାରିରୀକ ନିର୍ଯ୍ୟାତନା ଦେଉଛନ୍ତି ଇଟଭାଟି ମାଲିକ । ଇଟାଭାଟି ମାଲିକ ବିନା ଟଙ୍କାରେ କାମ କରିବା ପାଇଁ ସେମାନଙ୍କୁ ବାଧ୍ୟ କରିବା ସହ କାମ ନ କଲେ ଅମାନୁଷିକ ଭାବରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଅନେକ ଥର ସେଠାରୁ ଲୁଚି ପଳାଇ ଆସିବାକୁ ଉଦ୍ୟମ କରିବାରୁ ବର୍ତ୍ତମାନ ସେମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଜଣାପଡିଛି । ଇଟାଭାଟି ମାଲିକର ମାଡଗାଳି ସହି ପାରିଶ୍ରମିକ ପାଇବା ଆଶାରେ ପିଲାଛୁଆଙ୍କୁ ଧରି ପଡି ରହିଛନ୍ତି ଏହି ଶ୍ରମିକମାନେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.