ETV Bharat / state

ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ: ସୀମାରେ ହାଇଆଲର୍ଟ - ମାଓବାଦୀଙ୍କ ଶହୀଦ ସପ୍ତାହ

ଜୁଲାଇ ୨୮ ତାରିଖ ଠାରୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ବୁଧବାର ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 31, 2019, 3:20 PM IST

କଳାହାଣ୍ଡି: ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ । ଜିଲ୍ଲାରେ ଜୁଲାଇ ୨୮ ତାରିଖ ଠାରୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏ ନେଇ ସୀମାନ୍ତ ଜିଲ୍ଲା ଗୁଡିକରେ ହାଇଆର୍ଲଟ । ଗାଡ଼ି ଚଳାଚଳ ବନ୍ଦ ସହ ଲୋକେ ଆତଙ୍କିତ ରହିଛନ୍ତି ।

ବିଭିନ୍ନ ସ୍ଥାନରେ ସୁରକ୍ଷାବାହିନୀଙ୍କ କଡା ପ୍ରହରା ଜାରି ରହିଛି । ବିଗତ ଦିନ ଗୁଡିକରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସାଥିଙ୍କୁ ମନେ ପକାଇ ଲାଲବାହିନୀ ଏହି ଶହୀଦ ସପ୍ତାହ ପାଳନ କରୁଛନ୍ତି । ଏଥିପାଇଁ ନକ୍ସଲମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କୁ ସେମାନଙ୍କ ଶହୀଦ ସପ୍ତାହରେ ସାମିଲ ହେବା ଲାଗି ଆହ୍ବାନ କରିଥିଲେ । ଶହୀଦ ସପ୍ତାହକୁ ନେଇ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳମାନଙ୍କରେ ସିଆରପିଏଫ ,ଏସଓଜି , କୋବ୍ରା, ଡିବିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସହରର ସମସ୍ତ ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି । କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗ ତତ୍ପର ରହିଥିବା କହିଛନ୍ତି କଳାହାଣ୍ଡି ଏସପି । ତେବେ ବିଭିନ୍ନ ସ୍ଥାନରେ କାଁ ଭାଁ ମାଓ ପୋଷ୍ଟରକୁ ଛାଡି ଦେଲେ ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରୀତିକର ଘଟଣା ଘଟିନଥିବା କହିଛନ୍ତି କଳାହାଣ୍ଡି ଏସ୍‌ପି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ରେ ଜୁଲାଇ ୨୮ ତାରିଖ ଠାରୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶହୀଦ ସପ୍ତାହରେ ହିଂସା ତଥା ଜନସାଧାରଣଙ୍କୁ ସୁରକ୍ଷାକୁ ଆଖି ଆଗରେ ରଖି ସରକାରୀ ବସ୍‌ ଚଳାଚଳକୁ ବନ୍ଦ ରଖାଯାଇଛି । Body:ବିଭିନ୍ନ ସ୍ଥାନରେ ସୁରକ୍ଷାବାହିନୀଙ୍କ କଡା ପ୍ରହରା ଜାରି ରହିଛି ।ବିଗତ ଦିନ ଗୁଡିକରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସାଥିଙ୍କୁ ମନେ ପକାଇ ଲାଲବାହିନୀ ଏହି ଶହୀଦ ସପ୍ତାହ ପାଳନ କରୁଛନ୍ତି । ଏଥିପାଇଁ ନକ୍ସଲ ମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କୁ ସେମାନଙ୍କ ଶହୀଦ ସପ୍ତାହରେ ସାମିଲ ହେବା ଲାଗି ଆହ୍ବାନ କରିଥିଲେ। ଶହୀଦ ସପ୍ତାହକୁ ନେଇ ଜିଲ୍ଲା ର ମାଓ ପ୍ରବଣ ଅଞ୍ଚଳମାନଙ୍କରେ ସିଆରପିଏଫ ,ଏସଓଜି ,କୋବ୍ରା,ଡିବିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । Conclusion:ସହରର ସମସ୍ତ ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି । କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗ ତତ୍ପର ରହିଥିବା କହିଛନ୍ତି କଳାହାଣ୍ଡି ଏସପି ।ତେବେ ବିଭିନ୍ନ ସ୍ଥାନରେ କାଁ ଭାଁ ମାଓ ପୋଷ୍ଟର କୁ ଛାଡିଦେଲେ ବର୍ତ୍ତମାନ ସୁଦ୍ଧା କୋଣସି ଅପ୍ରୀତିକର ଘଟଣା ଘଟିନଥିବା କହିଛନ୍ତି ଏସପି।
ବାଇଟ-ବତୁଲା ଗଙ୍ଗାଧର(ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.