ETV Bharat / state

ଯବାନଙ୍କ କୁମ୍ବିଂ ଅପରେସନ, ଛତ୍ରଭଙ୍ଗ ଦେଲେ ମାଓବାଦୀ

author img

By

Published : Nov 7, 2022, 6:00 PM IST

Updated : Nov 8, 2022, 9:14 AM IST

କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ମିଳିତ କୁମ୍ବିଂ ଅପରେସନ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ଅଧିକ ପଢନ୍ତୁ

ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ମିଳିତ କୁମ୍ବିଂ ଅପରେସନ, ମାଓବାଦୀଙ୍କ ଛତ୍ରଭଙ୍ଗ

ଭବାନୀପାଟଣା: କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲ (Pangabaju Reserve Forest )ରେ ଡିଭିଏଫ ଓ ଏସଓଜି ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ହୋଇଥିଲା (Combing Operation by SOG And DVF Teams)। ଏହି ସମୟରେ ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ମାଓ ଶିବିରରୁ ପୋଲିସ ଅନେକ ମାଓ ସାମଗ୍ରୀ ଜବତ କରିଛି ।

କୁମ୍ବିଂ ଅପରେସନ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ସୂଚନା ଅନୁଯାୟୀ କିଛି ଦିନ ହେଲା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ନେଇ କଳାହାଣ୍ଡି ଏସପି ଅଭିଳାଷ ଜି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଏସଓଜି, ଡିଭିଏଫକୁ ନେଇ ଏକ ଆଣ୍ଟି ମାଓ ଅପରେସନ ଲଞ୍ଚ କରିଥିଲେ । ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ମାଓବାଦୀ ଏହାର ଖବର ପାଇ ଛତ୍ରଭଙ୍ଗ ଦେଇଥିବା ବେଳେ କାଲେସୁର ଗାଁ ନିକଟରୁ ମାଓ କ୍ୟାମ୍ପ ଠାବ କରିଛନ୍ତି ଯବାନ ।

ଏହା ବି ପଢନ୍ତୁ- ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ

କ୍ୟାମ୍ପରୁ ଅନେକ ମାଓ ପୁସ୍ତକ ମାଓ ବ୍ୟାନର ସହ ଅନେକ ମାଓ ସାମଗ୍ରୀ ଜବତ ହକିଥିବା ଜଣାପଡିଛି । ସେପଟେ ଜଙ୍ଗଲରେ ସିପିଆଇ ମାଓବାଦୀ ଥିବା ବେଳେ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଥିବା ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Nov 8, 2022, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.