ETV Bharat / state

ପୁଣି ଲାଗିଲା ମାଓ ପୋଷ୍ଟର, ଖଣି ଖନନକୁ ଲାଲବାହିନୀର ବିରୋଧ - ଖଣି ଖନନକୁ ଲାଲବାହିନୀର ବିରୋଧ

Mao poster in Kalahandi: ଥୁଆମୂଳ ରାମପୁର ବ୍ଲକ୍‌ରେ ପୋଷ୍ଟର ଲଗାଇଲା ମାଓ ସଂଗଠନ । ପୋଷ୍ଟରରେ ଖଣି ଖନନକୁ ବିରୋଧ । ଅଧିକ ପଢ଼ନ୍ତୁ

mao poster
ମାଓ ପୋଷ୍ଟର
author img

By ETV Bharat Odisha Team

Published : Dec 21, 2023, 10:52 AM IST

ଭବାନୀପାଟଣା: କିଛି ଦିନର ବ୍ୟବଧାନ ପରେ ପୁଣି ନିଜର ଉପସ୍ଥିତି ଜାହିର କଲେ ଲାଲବାହିନୀ । ଖଣି ଖନନକୁ ବିରୋଧ କରି ପୋଷ୍ଟର ଲଗାଇଲା ମାଓ ସଂଗଠନ । ଥୁଆମୂଳ ରାମପୁର ବ୍ଲକର ଚୁଲିବାଡ଼ି, ଆଲିଗନା, ବିରବାଫଲା, ଡୁମେରପଦର, ଗୁଣପୁର ଆଦି ଗାଁର ବିଭିନ୍ନ ଛକରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ଖଣି ଖନନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କୁ ଏକାଠି ହେବାକୁ ଆହ୍ୱାନ ଦିଆଯାଇଛି । ଜିଲ୍ଲାର ସିଜିମାଲି ଓ କୁଟୁରୁମାଳି ଖଣି ଖନନକୁ ବିରୋଧ କରିଛନ୍ତି ମାଓବାଦୀ ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ମାଓ-ପୋଲିସ ଗୁଳି ବିନିମୟ ଘଟଣା, ପୋଷ୍ଟର ମାରିଲା ଲାଲବାହିନୀ

ପୋଷ୍ଟରରେ ଖଣି ଖନନକୁ ବିରୋଧ କରିବା ସହ ଜୀବନ ଜୀବିକା, ସଂସ୍କୃତି, ପରିବେଶ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଛି ଲାଲବାହିନୀ । ଖଣି ଖନନ ଓ ବିସ୍ଥାପନ ବିରୋଧରେ ସଶସ୍ତ୍ର ପ୍ରତିରୋଧ ଏବଂ ଆନ୍ଦୋଳନ ଗଢ଼ି ତୋଳନ୍ତୁ, ପୋଲିସ ଦମନ ଓ ଦଲାଲ ନେତାଙ୍କୁ ବିରୋଧ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ପୋଷ୍ଟର ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ୍ କମିଟି ମାଓବାଦୀ ପକ୍ଷରୁ ଜାରି କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଖଣି ଖନନକୁ ବିରୋଧ, କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର

ଗତ 15 ତାରଖରେ ଥୁଆମୂଳ ରାମପୁର ବ୍ଲକ୍‌ର କେରପାଇ ଗାଁ ମୁଣ୍ଡରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ସିପିଆଇ ମାଓବାଦୀ ବଂଶଧାରା ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିଲା । ଏଥିରେ ତିଜମାଳି ଖଣି ଖନନ ବିରୋଧରେ ଏକାଠି ହେବାକୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଥିଲା । 5ଦିନ ପରେ ଖଣି ଖନନକୁ ବିରୋଧ କରି ପୁଣି ପୋଷ୍ଟର ଲଗାଇଛି ମାଓ ସଂଗଠନ । ଥୁଆମୂଳ ରାମପୁର ବ୍ଲକର ବହୁଚର୍ଚ୍ଚିତ ତିଜମାଳି ଖଣିକୁ ମୈତ୍ରୀ କମ୍ପାନୀକୁ ଟେକି ଦେବାକୁ ସରକାର ଯୋଜନା କରୁଥିବା ବେଳେ ଏହାକୁ ବିରୋଧ କରି ମାଓ ପୋଷ୍ଟର ଲଗାଯାଇଥିଲା । କେରପାଇ ଗାଁ ମୁଣ୍ଡ ଛକରେ ଥିବା ଏକ ଦୋକାନ ସାମ୍ନା ଗଛରେ ଲାଗିଥିଲା ଏହି ପୋଷ୍ଟର । କଳାହାଣ୍ଡି ଜିଲ୍ଲା ଟାପରେଙ୍ଗ ଗ୍ରାମରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟଣାକୁ ଗତ ଜୁନ ମାସରେ ନେଇ ପୋଷ୍ଟର ଲଗାଇଥିଲା ଲାଲବାହିନୀ । ଘଟଣାର ଦୁଇ ମାସ ପରେ ଉକ୍ତ ଗ୍ରାମର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.