ETV Bharat / state

Mao Poster in kalahandi: ଶିକ୍ଷାନୁଷ୍ଠାନ ଉଡ଼ାଇବାକୁ ଚେତାବନୀ ଦେଲା ଲାଲବାହିନୀ - କଳାହାଣ୍ଡିରେ ପୁଣି ଲାଗିଲା ମାଓ ପୋଷ୍ଟର

ପୁଣି ଥରେ ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ। ଶିକ୍ଷାନୁଷ୍ଠାନକୁ ଉଡାଇ ଦେବାକୁ ଧମକ ଦେଇ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଜାମବାହାଲି ଗ୍ରାମ ନିକଟରେ ଏକ ଗଛରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ଅଧିକ ପଢ଼ନ୍ତୁ

mao poster in kalahandi
Mao Poster in kalahandi: ଶିକ୍ଷାନୁଷ୍ଠାନ ଉଡ଼ାଇବାକୁ ଚେତାବନୀ ଦେଲା ଲାଲବାହିନୀ
author img

By

Published : May 22, 2022, 4:55 PM IST

ଭବାନୀପାଟଣା: ପୁଣି ଥରେ ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ। ଶିକ୍ଷାନୁଷ୍ଠାନକୁ ଉଡାଇ ଦେବାକୁ ଧମକ ଦେଇ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଜାମବାହାଲି ଗ୍ରାମ ନିକଟ ଏକ ଗଛରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।

ମଦନପୁର ରାମପୁର ଠାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଏଜୁକେସନ ସ୍କୁଲରେ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ପୂର୍ବରୁ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ପୋଷ୍ଟର ଲଗାଇ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲା ଲାଲ ବାହିନୀ। ତେଣୁ ଆସନ୍ତା ୪ ଦିନ ମଧ୍ୟରେ ଆକ୍ରମଣ କରିବୁ ଓ ୧୦ ଦିନ ମଧ୍ୟରେ ଶିକ୍ଷାନୁଷ୍ଠାନକୁ ଉଡାଇ ଦେବୁ ବୋଲି ପୋଷ୍ଟରରେ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଆକ୍ରମଣ ସମୟରେ ଛାତ୍ରୀଙ୍କୁ କୌଣସି ପ୍ରକାର କ୍ଷତି ହେଲେ ଲାଲ ବାହିନୀ ଦାୟୀ ନୁହେଁ ବୋଲି ଲେଖାଯିବା ସହ ଏହା ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ରହିଛି। ତେବେ ପୋଲିସ ପୋଷ୍ଟରର ସତ୍ୟତାକୁ ନେଇ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.