ETV Bharat / state

କଳାହାଣ୍ଡିରେ ପୋଷ୍ଟର ମାରି ଉପସ୍ଥିତି ଜାହିର କଲା ଲାଲବାହିନୀ

author img

By

Published : Aug 18, 2020, 2:13 PM IST

କିଛି ଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମିଥ୍ୟା ଏନକାଉଣ୍ଟର ନାଁରେ ଆଦିବାସୀଙ୍କୁ ଶୋଷଣ କରାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ଅଧିକ ପଢନ୍ତୁ..

କଳାହାଣ୍ଡିରେ ପୋଷ୍ଟର ମାଧ୍ୟମରେ ଉପସ୍ଥିତି ଜାହିର କରିଛି ଲାଲବାହିନୀ

ଭବାନୀପାଟଣା: ଜିଲ୍ଲାର କନ୍ଧମାଳ ସୀମାନ୍ତ ତଗାବାଜୁ ଗାଁରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଏହି ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିଛି ଲାଲବାହିନୀ।

କେକେବିଏନ ଡିଭିଜନ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଚଳିତ ୧୮ ରୁ ୨୪ ତାରିଖ ଯାଏଁ ବନ୍ଦ ସଫଳ ପାଇଁ ଆହ୍ବାନ ସହ ସରକାରଙ୍କ ଜନବିରୋଧୀ ନୀତିକୁ ପ୍ରତିବାଦ ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଥିବା ବେଳେ ମିଥ୍ୟା ଏନକାଉଣ୍ଟର ନାଁରେ ଆଦିବାସୀଙ୍କୁ ଶୋଷଣ ସହ ସରକାରଙ୍କ ନୀତିକୁ ବିରୋଧ ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି।

ତେବେ ଏନେଇ କଳାହାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ଜିଲ୍ଲାର ବିଭିନ୍ନ ସୀମାରେ ନାକାବନ୍ଦୀ କରି କୁମ୍ବିଂ ଜାରି ରହିଥିବା କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.