କଳାହାଣ୍ଡି: ଦିନିକିଆ କଳାହାଣ୍ଡି ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା । ଜାତୀୟ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ବୁଧବାର ସକାଳ 10 ଟା ସମୟରେ କଳାହାଣ୍ଡି ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି କଳାହାଣ୍ଡି ଜିଲ୍ଲା ଏସପି ଅଫିସ ଠାରେ ହୋଇଥିବା ବୈଠକରେ ଛତିଶଗଡ଼ ଓ ଓଡିଶା ପୋଲିସର ସମୀକ୍ଷା ବୈଠକରେ ଯୋଗ ଦେଇଥିବା ଜଣାପଡିଛି ।
କଳାହାଣ୍ଡି ରିଜର୍ଭ ପୋଲିସ ପଡ଼ିଆରେ ହେଲିକପ୍ଟର ଯୋଗେ ଆସି ପହଞ୍ଚିଥିବାବେଳେ ଛତିଶଗଡ଼, ଗରିଆବନ୍ଦ, ଧନତରି, ମହାସମୁଦ ଓ ଓଡ଼ିଶାର ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଏସପିଙ୍କ ସମେତ ସିଆରପିଏଫ, ବିଏସଏଫର ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି ।
ମାଓ ସମୀକ୍ଷା ନେଇ ଏହି ବୈଠକରେ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି । କଳାହାଣ୍ଡି ଏସପି ଅନୁପସ୍ଥିତ ଥିବାରୁ ରାୟଗଡ଼ା ଏସପି ଦାୟିତ୍ବରେ ଥିବା ସୂଚନା ମିଳିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ