ETV Bharat / state

ଜୁନାଗଡ଼ରେ ବିଷାକ୍ତ ଛତୁ ଖାଇ ୧୩ ଗୁରୁତର, ମେଡ଼ିକାଲରେ ଭର୍ତ୍ତି

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ୧୩ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା କହିଛନ୍ତି ଡାକ୍ତର । ଅଧିକ ପଢନ୍ତୁ

author img

By

Published : Oct 9, 2022, 9:12 PM IST

ଜୁନାଗଡ଼ରେ ବିଷାକ୍ତ ଛତୁ ଖାଇ ୧୩ ଗୁରୁତର, ମେଡ଼ିକାଲରେ ଭର୍ତ୍ତି
ଜୁନାଗଡ଼ରେ ବିଷାକ୍ତ ଛତୁ ଖାଇ ୧୩ ଗୁରୁତର, ମେଡ଼ିକାଲରେ ଭର୍ତ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଡ଼ା ଗାଁରେ ବିଷାକ୍ତ ଛତୁ (Poisonous Mushroom) ଖାଇ ୧୩ ଜଣ ବ୍ୟକ୍ତି ଅସୁସ୍ଥ ହୋଇଛନ୍ତି । ଜଙ୍ଗଲରୁ ଛତୁ ଆଣି ଖାଇଥିବାରୁ ସେମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଗୁରୁତର ରୋଗୀଙ୍କୁ ଜୁନାଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- କଳାହାଣ୍ଡିରେ ମାଛ ମଡକ, ବିଷ ମିଶାଯାଇଥିବା ନେଇ ଥାନାର ଦ୍ବାରସ୍ଥ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ

ସୂଚନା ଅନୁଯାୟୀ ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଡ଼ା ଗାଁର କିଛି ଲୋକ ଜଙ୍ଗଲରେ ଥିବା ବାଉଁଶ ବୁଦା ନିକଟରୁ ଛତୁ ଆଣି ଘରେ ରୋଷେଇ କରି ପରିବାର ସହ ଖାଇଥିଲେ । ହେଲେ ଛତୁ ବିଷାକ୍ତ ଥିବା ହଠାତ ଆଜି ସକାଳୁ ଜଣଙ୍କ ପରେ ଜଣେ ଗୁରୁତର ହେବାକୁ ଲାଗିଲେ । ତୁରନ୍ତ ଗ୍ରାମବାସୀ ସମସ୍ତଙ୍କୁ ଜୁନାଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ, ଗୁରୁତର ମାନଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ବେଳେ ଅନ୍ୟ ୭ ଜଣଙ୍କ ମଧ୍ୟରେ ପୁରୁଷ ଓ ମହିଳା ରହିଛନ୍ତି । ବର୍ତ୍ତମାନ ସମସ୍ତ ଚିକିତ୍ସା ଜାରି ରହିଥିବାବେଳେ ବିଷାକ୍ତ ଛତୁ ଜାଣି ନ ପାରି ଗ୍ରାମବାସୀ ଖାଇ ଦେଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.