ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କୁଲିହାରି ମଣ୍ଡିରେ ଆଜକୁ ମାସେ ହେଲା ଉଠିନି ଧାନ । ବର୍ତ୍ତମାନ ମଣ୍ଡିରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ବ ଧାନ ବସ୍ତା ପଡି ରହିଥିବା ବେଳେ ମଣ୍ଡି ରୁ ଉଠି ପାରୁନି ଧାନ । କିଛି ଚାଷୀଙ୍କ ଟୋକନ ନ ଥାଇ ଧାନ ଉଠି ନଥିବା ବେଳେ ଆଉ କିଛି ଚାଷୀଙ୍କ ଟୋକନ ଥାଇ ସୁଦ୍ଧା ମିଲରଙ୍କ ଦେଖାନାହିଁ।
ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଫଳରେ ସୋମବାର ଚାଷୀ ମାନେ ଏକତ୍ରିତ ହୋଇ ମଣ୍ଡି ମୁଖ୍ୟ ଗେଟକୁ ତାଲା ପକାଇବା ସହ ମଣ୍ଡି ଅଫିସ ମଧ୍ୟରେ ଥିବା ପ୍ୟାକ୍ସ କର୍ମଚାରୀଙ୍କୁ ତାଲା ମାରି ଅଟକ ରଖିଛନ୍ତି ।
ଯାହାକୁ ନେଇ ମଣ୍ଡିରେ ଉତେଜନା ଦେଖା ଦେଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ