ଭବାନୀପାଟଣା: ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା । ଏନେଇ କଳାହାଣ୍ଡି ଜିଲ୍ଲାରେ ପହଞ୍ଚି ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳ ବୁଲି ଦେଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ରାଜ୍ୟ ମହିଳା କମିଶନର ୪ଜଣିଆ ଟିମ୍ ସମେତ ଅଧ୍ୟକ୍ଷା ମିନତି ବେହେରା ମମିତାଙ୍କୁ ପୋତାଯାଇଥିବା ଷ୍ଟାଡିୟମ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି ।
ସେପଟେ ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ କଳାହାଣ୍ଡି ଏସପିଙ୍କ ସହ ଏକ ଜରୁରୀକାଳୀନ ବୈଠକରେ ମମିତା ମେହେର ହତ୍ୟା ସମ୍ପର୍କରେ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମିଳିଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ