ଭବାନୀପାଟଣା: ମମିତା ମେହେର ମଡ଼ର ମିଷ୍ଟ୍ରିକୁ ନେଇ ଏବେ ସାରା ରାଜ୍ୟରେ ରାଜନୈତିକ ବୟାନବାଜି ଜୋର ଧରିଛି । ଘଟଣାରେ ମନ୍ତ୍ରୀଙ୍କ ଲିଙ୍କ ଥିବା ନେଇ ବିରୋଧୀ ସରକାରକୁ ଘେରିବା ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ସବୁଠି ପ୍ରତିବାଦର ନିଆଁ ଦେଖିବାକୁ ମିଳୁଛି ।
ଏନେଇ ଆଜି(ଗୁରୁବାର) କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ସିବିଆଇକୁ ହସ୍ତାନ୍ତର ଦାବିରେ ନର୍ଲା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛି । ଯଥାଶୀଘ୍ର ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିରୋଧୀ ବିଜେପି ଚେତାବନୀ ଦେଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ