ETV Bharat / state

କ୍ୟାମ୍ପସ ସୁରକ୍ଷା ଦାବିରେ ସରକାରୀ ଇଞ୍ଜିନିୟରିଂ କଲେଜ ଗେଟ୍‌ରେ ତାଲା - govt engineering college gate lock

ରବିବାର ସନ୍ଧ୍ୟାରେ 7 ଜଣ ଅଣଛାତ୍ର କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ପଶି 3 ଜଣ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । କଲେଜ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ଠିକ୍‌ ନଥିବାରୁ ଅନେକ ସମୟରେ ଅଣଛାତ୍ର କଲେଜ ମଧ୍ୟରେ ପ୍ରବେଶ କରି ଗଣ୍ଡଗୋଳ କରୁଛନ୍ତି । ବାଧ୍ୟ ହୋଇ ଆଜି ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସର ସୁରକ୍ଷାକୁ କଡାକଡି କରିବା ଏବଂ ହଷ୍ଟେଲରେ ସିସିଟିଭି ଲଗାଇବା ଦାବିରେ କଲେଜ ଗେଟରେ ତାଲା ପକାଇ ଦେଇଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି
author img

By

Published : Aug 26, 2019, 9:25 PM IST

କଳାହାଣ୍ଡି: ଅଶାନ୍ତ କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ । ରବିବାର ସନ୍ଧ୍ୟାରେ 7 ଜଣ ଅଣଛାତ୍ର କଲେଜ କ୍ୟାମ୍ପସରେ ପଶି 3 ଜଣ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କଲେଜ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ଠିକ୍‌ ନଥିବାରୁ ଅନେକ ସମୟରେ ଅଣଛାତ୍ର କଲେଜ ମଧ୍ୟରେ ପ୍ରବେଶ କରି ଗଣ୍ଡଗୋଳ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

ଉକ୍ତ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଫଳରେ କଲେଜ କ୍ୟାମ୍ପସରେ ବାରମ୍ବାର ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ କରୁଛନ୍ତି । ବାଧ୍ୟ ହୋଇ ଆଜି ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସର ସୁରକ୍ଷାକୁ କଡାକଡି କରିବା ଏବଂ ହଷ୍ଟେଲରେ ସିସିଟିଭି ଲଗାଇବା ଦାବିରେ କଲେଜ ଗେଟକୁ ତାଲା ପକାଇଥିଲେ । ଏଥିସହିତ କ୍ୟାମ୍ପସ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଖବର ପାଇ ପୋଲିସ କଲେଜ କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଛାତ୍ରଛାତ୍ରୀମାନେ ବିକ୍ଷୋଭରୁ ଓହରିନଥିଲେ । ପରେ ଜିଲ୍ଲା ପ୍ରଶାସନ ଓ କଲେଜ ପ୍ରଶାସନ ସହ ଆଲୋଚନା କରିବା ପରେ ବିକ୍ଷୋଭରୁ ଓହରିଥିଲେ ଛାତ୍ରଛାତ୍ରୀ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Intro:ଅଶାନ୍ତ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ
କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ ରେ ଛାତ୍ରଛାତ୍ରୀ ଙ୍କ ଉତ୍ତେଜନା ।ଗତ କାଲି ସନ୍ଧ୍ୟାରେ ୭ ଜଣ ଅଣ ଛାତ୍ର କ୍ୟାମ୍ପସ ରେ ପଶି ୩ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଓ କ୍ୟାମ୍ପସ ରେ ସୁରକ୍ଷା ବ୍ୟବସ୍ଥା ଠିକ ନଥିବାରୁ ଅନେକ ସମୟରେ ଅଣ ଛାତ୍ର ମାନେ କଲେଜ କୁ ଆସି ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। Body:ତେବେ ଏ ସମସ୍ୟ ନେଇ ବାରମ୍ବାର କଲେଜ କତ୍ତୃପକ୍ଷ ଙ୍କୁ ଅଭିଯୋଗ କଲେ ମଧ୍ୟ କତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ବେଳେ ହଷ୍ଟେଲ ରେ ସିସି ଟିଭି କ୍ୟାମେରା ଲଗେଇବା ସହ ସୁରକ୍ଷା ବ୍ୟାବସ୍ଥା କୁ କଡାକଡି କରିବା ଆଦି ଦାବି ନେଇ ଆଜି ଛାତ୍ରଛାତ୍ରୀ ମାନେ କଲେଜ ଗେଟ ରେ ତାଲା ପକାଇବା ସହ କଲେଜ କ୍ୟାମ୍ପସ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । Conclusion:କଲେଜ କ୍ୟାମ୍ପସ ରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ବିକ୍ଷୋବ ରୁ ଓହରି ନ ଥିଲେ ।ପରେ ଜିଲ୍ଲା ପ୍ରଶାସନ ଓ କଲେଜ ପ୍ରଶାସନ ସହ ଛାତ୍ରଛାତ୍ରୀ ଙ୍କ ଆଲୋଚନା ପରେ ବିକ୍ଷୋଭ ରୁ ଓହରି ଥିଲେ ଛତ୍ରଛାତ୍ରୀ।
ବାଇଟ-ଶକ୍ତିକିଶୋର ପଣ୍ଡା(ଛାତ୍ର)
ବାଇଟ-ଦେବଅର୍ଚ୍ଚନା ମହାପାତ୍ର(ଛାତ୍ରୀ)
ବାଇଟ-ଡୁଲୁ ପଟ୍ଟନାୟକ(ଅଧ୍ୟକ୍ଷ ଇଞ୍ଜିନିୟରିଂ କଲେଜ କଳାହାଣ୍ଡି)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.