ଭବାନୀପାଟଣା: ରାସ୍ତା ନିର୍ମାଣ ଦାବି ନେଇ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ। କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ସୁନାମାଲ ଓ ଲଡୁଗାଁକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥା ନେଇ ଲୋକେ ଅଭିଯୋଗ କରିଛନ୍ତି।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ସୁନାମାଲ ଓ ଲଡୁଗାଁକୁ ସଂଯୋଗ କରୁଥିବା ରାସ୍ତା ସବୁ ଯାତାୟାତ ପାଇଁ ଦୟନୀୟ ଅବସ୍ଥାରେ ରହିଥିବା ବେଳେ ଏହାର ନିର୍ମାଣ ପାଇଁ ଆଜି ଅଞ୍ଚଳ ବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଗୋଟିଏ ପଟେ ଲଡୁଗାଁ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି।
ବର୍ତ୍ତମାନ ରାସ୍ତା ସବୁ ଖାଲଖମାରେ ଭର୍ତ୍ତି ହୋଇଥିବା ହେତୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ରାସ୍ତା ନିର୍ମାଣ ନେଇ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାପାଇଁ ସେମାନେ ଦାବି କରିଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ