ETV Bharat / state

ନାବାଳିକା ଅପହରଣ ଉଦ୍ୟମ ପଣ୍ଡ, ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଗାଁ ଲୋକ

author img

By

Published : Dec 13, 2021, 12:42 PM IST

କଳାହାଣ୍ଡି ବିଶ୍ବନାଥପୁର ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଉଦ୍ୟମ ବେଳେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ନାବାଳିକା ଅପହରଣ ଉଦ୍ୟମ, ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ନିର୍ଦ୍ଧୁମ ମାଡ଼

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗ୍ରାମବାସୀ । ଖବର ପାଇ ପୋଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

ବିଶ୍ବନାଥପୁର ଥାନା ଅଞ୍ଚଳର ଜଣେ ୧୧ ବର୍ଷୀୟା ନାବାଳିକା ସକାଳୁ ସକାଳୁ ନିଜ ଗାଁ ନିକଟରେ ଛେଳି ଚରାଉଥିବା ବେଳେ ଯୁବକ ଜଣକ ବଳପୂର୍ବକ ଅପହରଣ କରିନେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ନାବାଳିକା ଚିତ୍କାର କରିବାରୁ ପାଖ ଜଙ୍ଗଲରେ କାମ କରୁଥିବା ଲୋକେ ପହଞ୍ଚି ଯୁବକଙ୍କୁ ନିର୍ଦ୍ଧୁମ ଛେଚି଼ବା ସହ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକକୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ଯୁବକ ଜଣ ବିହାର ରାଜ୍ୟର ବୁଧାମ ସାହାଣୀ ବୋଲି ପୋଲିସ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.