ETV Bharat / state

କଳାହାଣ୍ଡିରେ ମାଛ ମଡକ, ବିଷ ମିଶାଯାଇଥିବା ନେଇ ଥାନାର ଦ୍ବାରସ୍ଥ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ

କଳାହାଣ୍ଡି ଜିଲ୍ଲାର ଭବନୀପାଟଣା ବ୍ଲକ ଅନ୍ତର୍ଗତ ସର୍ଗିମାଲ ଗ୍ରାମର ପୋଖରୀରେ ଭାସୁଛି ଶହଶହ ମଲାମାଛ । ପୋଖରୀ ପାଣିରେ ବିଷ ମିଶାଇ ଥିବା ଅଭିଯୋଗ ନେଇ ଥାନାର ଦ୍ୱରାସ୍ଥ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ । ଅଧିକ ପଢନ୍ତୁ

author img

By

Published : Oct 8, 2022, 10:50 PM IST

କଳାହାଣ୍ଡିରେ ମାଛମଡକ
କଳାହାଣ୍ଡିରେ ମାଛମଡକ

ଭବାନୀପାଟଣା: କଳାହାଣ୍ଡିରେ ମାଛ ମଡକ । କଳାହାଣ୍ଡି ଜିଲ୍ଲାର ଭବନୀପାଟଣା ବ୍ଲକ ଅନ୍ତର୍ଗତ ସର୍ଗିମାଲ ଗ୍ରାମର ପୋଖରୀରେ ଭାସୁଛି ଶହ ଶହ ମଲାମାଛ । ପୋଖରୀ ପାଣିରେ ବିଷ ମିଶାଇ ଥିବା ଅଭିଯୋଗ ନେଇ ଥାନାର ଦ୍ୱରାସ୍ଥ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ।

କଳାହାଣ୍ଡିରେ ମାଛମଡକ

ସୂଚନାଅନୁସାରେ, କଳାହାଣ୍ଡି ଜିଲ୍ଲାର ଭବନୀପାଟଣା ବ୍ଲକ ଅନ୍ତର୍ଗତ ସର୍ଗିମାଲ ଗାଁରେ ପୋଖରୀରେ ଗାଁରେ ଥିବା ମା ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମାଛ ଚାଷ କରିଥିଲେ। ବ୍ୟାଙ୍କ ରୁ ୨ ଲକ୍ଷ ଟଙ୍କା ଋଣ ଆଣି ଦେପୁର ପଞ୍ଚାୟତରୁ ୨୯୦୦୦ ହଜାର ଟଙ୍କାରେ ପୋଖରୀ ଲିଜରେ ନେଇ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କାର ମାଛ ଜାଆଁଳା ଛାଡି ଥିଲେ। ଭଲ ଦିପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ କରିବା ନେଇ ଲକ୍ଷ୍ୟ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଜେପି ସହ ଲଢିବା ପାଇଁ କୌଣସି ଦଳ ନିକଟରେ ନାହିଁ ଆଦର୍ଶ: ନଡ୍ଡା

ମାଛ ବିକ୍ରି ହେଲେ ଋଣ ପରିଶୋଧ କରିବା ନେଇ ଆଶା କରିଥିଲେ । ହେଲେ ଶନିବାର ସକାଳୁ ପୋଖରୀରେ କ୍ବିଣ୍ଟାଲ କ୍ବିଣ୍ଟାଲ ମଲା ମାଛ ଭାସୁଥିବା ଦେଖାଯାଇଥିଲା । କିଛି ଦୁର୍ବୃତ୍ତ ପୋଖରୀ ପାଣିରେ ବିଷ ମିଶାଇ ଦେଇଛନ୍ତି ଯାହା ଫଳରେ ପୋଖରୀରେ ଥିବା ସମସ୍ତ ମାଛ ମାରି ଯାଇଥିବା ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଅଭିଯୋଗ କରିଥିଲେ । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସେପଟେ ଗାଁ ପୋଖରୀ ପାଣିରେ ବିଷ ମିଶିବା ନେଇ ଚର୍ଚ୍ଚା ପରେ ଗ୍ରାମବାସୀ ପୋଖରୀ ପାଣି ବ୍ୟବହାର ବନ୍ଦ କରି ଦେଇଥିବା ବେଳେ ପଶୁପକ୍ଷୀ ମାନଙ୍କ ପାଇଁ ବିପଦ ରହିଥିବା ଜଣାପଡିଛି ।

ଗତ ମେ ମାସରେ ପାରାଦ୍ବୀପରେ ମଧ୍ୟ ମାଛମଡକ ଦେଖାଯାଇଥିଲା । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଇଫ୍କୋ ଛକ ନିକଟରେ ଥିବା ଶର୍ମା ପୋଖରୀରେ ମାଛ ମଡ଼କ ଦେଖିବାକୁ ମିଳିଥିଲା । ପ୍ରାୟ 7 ଏକରରୁ ଅଧିକ ଥିବା ଏକ ବିରାଟ ପୋଖରୀରେ ଟନ ଟନ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଥିଲା । ରୋହି ଭାକୁର ବିଭିନ୍ନ ପ୍ରଜାତିର ବଡ଼ ବଡ଼ ମଲା ମାଛ ପାଣିରୁ ଛାଣି ନେଇଯାଇଥିଲେ ଲୋକେ ।

ପ୍ରାୟ 7 ଏକରରୁ ଅଧିକ ଥିବା ଏକ ବିରାଟ ପୋଖରୀରେ ଆଜି ସକାଳୁ ଟନଟନ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟଲୋକେ ମତ୍ସ ବିଭାଗକୁ ଖବର ଦେଇଥିଲେ । ରୋହି, ମାଗୁର, ମିରିକାଳୀ ଓ ଅନ୍ୟାନ୍ୟ ମାଛ ଗୁଡିକୁ ଲୋକେ ପାଣିରୁ ଛାଣି ବୋହି ନେଇଯାଉଥିବା ଦେଖିବାକୁ ମିଳିଥିଲା । ଶିଳ୍ପ ସଂସ୍ଥାର ବିଷାକ୍ତ ରାସାୟନିକ ପଦାର୍ଥ ପାଣିରେ ମିଶିବା ଦ୍ୱାରା ଏହା ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.