ETV Bharat / state

ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୩୨ ଗିରଫ - କୁମାର ପୂର୍ଣ୍ଣିମାରେ ମାତିଲେ ଜୁଆଡିଆ

ଜୁଆ ଆଡ୍ଡା ଉପରେ ଚଢାଉ କରି ୩୨ଜଣଙ୍କୁ ଗିରଫ କଲା ଲାଞ୍ଜିଗଡ଼ ଥାନା ପୋଲିସ । ଅଧିକ ପଢନ୍ତୁ

ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୩୨ ଗିରଫ
ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୩୨ ଗିରଫ
author img

By

Published : Oct 12, 2022, 9:29 AM IST

ଭବାନୀପାଟଣା: କୁମାର ପୂର୍ଣ୍ଣିମାରେ ମାତିଲେ ଜୁଆଡିଆ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲିଥିବା ବେଳେ ମାଡି ବସିଲା ପୋଲିସ । ଜୁଆ ଆଡ୍ଡା ଉପରେ ଚଢାଉ କରି ୩୨ଜଣଙ୍କୁ ଗିରଫ କଲା ଲାଞ୍ଜିଗଡ଼ ଥାନା ପୋଲିସ । ଏହା ସହିତ ୮ଟି ବାଇକ, ୩୦ଟି ମୋବାଇଲ ଏବଂ ନଗଦ ୭୧ ହଜାର ଟଙ୍କା ଓ ଜୁଆଖେଳରେ ବ୍ୟବହୃତ ତାସ ପୋଲିସ ଜବତ କରିଛି ।

ଜୁଆ ଆଡ୍ଡାରେ ପୋଲିସର ଚଢାଉ
ଜୁଆ ଆଡ୍ଡାରେ ପୋଲିସର ଚଢାଉ

ଏହା ମଧ୍ୟ ପଢନ୍ତୁ-ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ଗବେଷଣା କରିବ RMRC

ମିଳିଥିବା ସୂଚନା ଅନୁଯାୟୀ ରବିବାର କୁମାର ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର କେତେକ ସ୍ଥାନରେ ଜୁଆଖେଳ ଚାଲିଥିବା ଅଭିଯୋଗ ହୋଇଥିଲା । ଏହାପରେ ଏହାପରେ କଳାହାଣ୍ଡି ଏସ୍‌ପିଙ୍କ ନିର୍ଦ୍ଦେଶକକ୍ରମେ ଲାଞ୍ଜିଗଡ଼ ଥାନା ପୋଲିସ ୩ଟି ଟିମ୍ ଗଠନ କରାଯାଇ ସନ୍ତପଡା,ହରେକୃଷ୍ଣପୁର,ଜଗନ୍ନାଥପୁର,ମୋହନଗୁଡା ଏବଂ ଲାଞ୍ଜିଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୩୨ ଜଣଙ୍କୁ କାବୁ କରିଥିଲା ପୋଲିସ । ଏହା ସହିତ ଲାଞ୍ଜିଗଡ଼ ମନ୍ଦିର ନିକଟରେ ଜୁଆଖେଳରେ ବ୍ୟବହୃତ ତାସ ସହ ନଗଦ ୭୧ହଜାର ଟଙ୍କା, ଗୋଟିଏ ଲାପଟପ, ୩୦ଟି ମୋବାଇଲ ସମେତ ୮ଟି ବାଇକ ଜବତ କରାଯାଇଥିଲା । ଏନେଇ ଲାଞ୍ଜିଗଡ଼ ଥାନାରେ ୬ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜାମିନଦାରମାନଙ୍କ ଉପସ୍ଥିତିରେ ବେଲବଣ୍ଡ ଜରିଆରେ ଜାମିନ ଦିଆଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଏହା ପୂର୍ବରୁ ବ୍ରହ୍ମପୁର ପୋଲିସ ଜୁଆ ଆଡ୍ଡାରେ ଚଢାଉ କରି ୪ ମହିଳାଙ୍କ ସହ ୩୧ ଜଣଙ୍କୁ ଗିରଫ କରିଥିଲା । ଏଥି ସହ ୯୫୧୫୦ ଟଙ୍କା ଜବତ କରାଯାଇଥିବା ବେଳେ ତିନୋଟି ସ୍ଥାନରୁ ପ୍ରାୟ ୧୪ ଗୋଟି ମୋବାଇଲ ଜବତ କରିଥିଲା ବ୍ରହ୍ମପୁର ପୋଲିସ । ସେହିପରି କିଛିଦିନ ତଳେ ଭୁବନେଶ୍ବରରେ ଜୁଆ ଆଡ୍ଡାର ଆସର ଜମିଥିବା ବେଳେ ଲିଙ୍ଗରାଜ ଥାନା ପୋଲିସ ଚଢାଉ କରିଥିଲା । ଭୁବନେଶ୍ବରର ସାନିଟାରି ଛକ ପଛପଟ ପଡିଆରେ ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.