ETV Bharat / state

ଅପହଞ୍ଚ ଇଲାକାର ଅକୁହା କାହାଣୀ ଝାପିଗୁଡା ଗାଁ - lack of development in kalahandi

ଅପହଞ୍ଚ ଇଲାକାର ଅକୁହା କାହାଣୀ କଳାହାଣ୍ଡିର ଝାପିଗୁଡା ଗାଁ । ଗାଁ କୁ ଯିବାକୁ ହେଲେ ପାରି ହେବାକୁ ପଡେ ନାଳ । ରୋଗୀ ହେଉ ଅବା ସାଧାରଣ ଲୋକ ସମସ୍ତଙ୍କର ନାଳ ହିଁ ଭରସା । ଏମିତି କି ପିଇବା ପାଣି ପାଇଁ ଆଦିବାସୀ ମହିଳା ଗାଁର ଶେଷ ମୁଣ୍ଡରେ ଥିବା ନଦୀ ପଠାକୁ ଗରା ଧରି ପାଣି ଟିକକ ପାଇଁ ଯାଇଥାଆନ୍ତି । ଯେଉଁଠି ରାସ୍ତାଘାଟ ଓ ପିଇବା ପାଣି ପାଇଁ ଏହି ଅବ୍ୟବସ୍ଥା ସେଠାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଅବସ୍ଥା ବି ନକହିବା ଭଲ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ତଳଝାପି ପଞ୍ଚାୟତ ଲାଞ୍ଜିଗଡ ଗାଁରୁ ଦେଖିବା ଏହି ରିପୋର୍ଟ...

ଅପହଞ୍ଚ ଇଲାକାର ଅକୁହା କାହାଣୀ ଝାପିଗୁଡା  ଗାଁ
ଅପହଞ୍ଚ ଇଲାକାର ଅକୁହା କାହାଣୀ ଝାପିଗୁଡା ଗାଁ
author img

By

Published : Sep 24, 2020, 2:22 PM IST

ଭବାନୀପାଟଣା: ପାହାଡିଆ ଗାଁ କୁ ଯିବା ପାଇଁ ରାସ୍ତା ନାହିଁ । ଖାଲ ଖମା ରାସ୍ତା ଦେଇ ଗଲେ ପାରି ହେବାକୁ ପଡେ ଇନ୍ଦ୍ରାବତୀ ନଦୀ । ସେ ରୋଗୀ ହେଉ କି ସାଧାରଣ ଲୋକ ସମସ୍ତେ ଏମିତି ନଦୀ ପାରି ହୋଇ ଯା ଆସ ହୁଅନ୍ତି । ଏଇତ ଗଲା ରାସ୍ତାର ଦୃଶ୍ୟ । ଏବେ ଟିକେ ଦେଖନ୍ତୁ ପାଣି ପାଇଁ ଗାଁ ମୁଣ୍ଡରେ ଗରା ଧରି ଗାଁ ଠାରୁ ୨ କିମି ଇନ୍ଦ୍ରାବତୀ ନଦୀକୁ ଆଦିବାସୀ ମହିଳାଙ୍କ ଲମ୍ବା ଲାଇନ । ଏ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ପଞ୍ଚାୟତ ଲାଞ୍ଜିଗଡ ଗାଁର ଦୃଶ୍ୟ ।

ଅପହଞ୍ଚ ଇଲାକାର ଅକୁହା କାହାଣୀ ଝାପିଗୁଡା ଗାଁ

ସରକାରଙ୍କ ବିକାଶ ମୂଳକ ସ୍ଲୋଗାନ 'ଗାଁ କୁ ଚାଲ-ଗାଁ କୁ ଗଢ' ସତେ ଯେମିତି ଏଠିକାର ବାସ୍ତବ ଚିତ୍ରକୁ ଦେଖିଲେ ସ୍ଲୋଗାନ ଟି ଫିକା ଲାଗୁଛି । ଏସବୁ ଭିତରେ ଶିକ୍ଷା ସ୍ବାସ୍ଥ୍ୟ କଥା କିଏ ପଚାରେ । ଗାଁ ରେ ୪୦୦ ଲୋକଙ୍କ ପାଇଁ ଗୋଟିଏ ବି ନଳକୂଅ ନାହିଁ । ସେଥିପାଇଁ ଲୋକଙ୍କ ଶୋଷ ମେଣ୍ଟାଉଛି ଗାଁ ଠାରୁ ୨ କିମି ଦୂରରେ ଥିବା ଇନ୍ଦ୍ରାବତୀ ନଦୀ । ଗାଁରେ ସ୍କୁଲ ଅଛି ସତ ହେଲେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠ ପଢାରେ ବାଧାପ୍ରାପ୍ତ ହେଉଛି ।

ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ଅବସ୍ଥା ସମାନ । ନିତିଦିନିଆ ସଉଦା ହଉ ଅବା ପଞ୍ଚାୟତକୁ ରାସନ ପାଇଁ ଚାଲିକି ଯିବାକୁ ହୁଏ ମାଇଲ ମାଇଲ ବାଟ । ଏ ପ୍ରସଙ୍ଗ ନେଇ ବ୍ଲକ ଏଡିଏମ ଓ ଲାଞ୍ଜିଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ସେହି ଚିରାଚରିତ ଉତ୍ତର ବିକାଶ ପାଇଁ ନିଆଯାଉଛି ପଦକ୍ଷେପ । ତେବେ ଲାଞ୍ଜିଗଡବାସୀ ବିକାଶର ସ୍ରୋତରେ କେବେ ସାମିଲ ହେବେ ତାକୁ ହିଁ ଅପେକ୍ଷା ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.