ETV Bharat / state

MSME ପାର୍କକୁ ବିରୋଧ, ହିତାଧିକାରୀଙ୍କ କ୍ଷତିପୂରଣ ଦାବି

author img

By

Published : Sep 20, 2022, 9:17 AM IST

Updated : Sep 20, 2022, 11:06 AM IST

ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ମାଣ ହେଉଥିବା ଏମଏସ୍ଏମଇ ପାର୍କକୁ ଆଦିବାସୀଙ୍କ ବିରୋଧ । ଜମି ଅଧିଗ୍ରହଣ କରି ହିତାଧିକାରୀଙ୍କୁ କ୍ଷତିପୂରଣ ନଦେବାରୁ ଆନ୍ଦୋଳନ ମୁହାଁ ହୋଇଛନ୍ତି । ଅଧିକ ପଢ଼ନ୍ତୁ

land beneficiary demand for compensation in kalahandi
MSME ପାର୍କକୁ ବିରୋଧ, ହିତାଧିକାରୀଙ୍କ କ୍ଷତିପୂରଣ ଦାବି

ଭବାନୀପଟାଣୀ: ଏମଏସ୍ଏମଇ ପାର୍କ ନିର୍ମାଣକୁ ଆଦିବାସୀଙ୍କ ବିରୋଧ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଠାରେ ସରକାରଙ୍କ ପକ୍ଷରୁ ଏକ ଏମଏସ୍ଏମଇ ପାର୍କ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଜମି ହିତାଧିକାରୀଙ୍କୁ କ୍ଷତିପୂରଣ ନ ମିଳିବାରୁ ଆନ୍ଦୋଳନ ମୁହାଁ ହେଉଛନ୍ତି ଆଦିବାସୀ । ଅଭିଯୋଗ ଅନୁଯାୟୀ ଗୋଳାମୁଣ୍ଡା ସହର ନିକଟରେ ନିଜସ୍ୱ ୮୦ ଏକର ଜମିରେ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ୫୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର । ହେଲେ ଗତ କିଛି ଦିନ ତଳେ ଏହି ଜମିରେ ଏକ ଏମଏସ୍ଏମଇ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା ।

MSME ପାର୍କକୁ ବିରୋଧ

ଯାହାକୁ ସେହି ସମୟରେ ଜମି ମାଲିକ ବିରୋଧ କରିଥିଲେ । ହେଲେ ଜିଲ୍ଲା ପ୍ରଶାସନ ଏନେଇ ଏକ ବୈଠକରେ ଜମି ହିତାଧିକାରୀଙ୍କ ସହ ଆଲୋଚନା କରି କ୍ଷତିପୂରଣ ଦେବାର ପ୍ରତିଶୃତି ଦେବା ପରେ ସେହି ଜମିରେ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜମି ହିତାଧିକାରୀଙ୍କୁ କ୍ଷତିପୂରଣ ନ ଦେଇ କାର୍ଯ୍ୟ ଆରମ୍ଭ କରିବାରୁ ବିରୋଧ କରି କାର୍ଯ୍ୟବନ୍ଦ କରାଇଥିଲେ ଆଦିବାସୀ ।

ଏହା ମଧ୍ୟ ପଢ଼ନ୍ତୁ: କଳାହାଣ୍ଡିରେ ଧୁମଧାମରେ ପାଳିତ ହେଲା ଭୈରବଙ୍କ ଝାମୁଯାତ୍ରା

ଏନେଇ ହିତାଧିକାରୀ କହିଛନ୍ତି, " ଗତ ବର୍ଷ କିଛି ଦଲାଲ ମିଶି ନିରୀହ ଲୋକଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ଏମଏସଏମଇ ପାର୍କ ପାଇଁ ଜମି ନେଇଯାଇଛନ୍ତି । ଯାହାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଜମି ହିତାଧିକାରୀଙ୍କୁ ଅନ୍ୟତ୍ର ଜମି ପ୍ରଦାନ କରି ଥଇଥାନ କରିବାକୁ ତହସିଲଦାର ଏବଂ ଆରଆଇ ପ୍ରତିଶୃତି ଦେଇଥିଲେ । ବସ୍ତାପିତଙ୍କୁ ଥଇଥାନ ନକରି ସେମାନଙ୍କ ଜମିରେ ଏମଏସଏମଇ ପାର୍କ ନିର୍ମାଣ କରାଯିବାରୁ ଆଜି ଆମେ ବିରୋଧ କରିଛୁ ।" ଏହାସହ ସ୍ଥାନୀୟ କଂଗ୍ରେସ ନେତା ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଜମି ହିତାଧିକାରୀ ସ୍ଥାନୀୟ ତହସିଲଦାରଙ୍କ ସହ ଆଲୋଚନା କରିବା ସହ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ନ କରାଇ ଦେବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Sep 20, 2022, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.