ETV Bharat / state

ଭବାନୀପାଟଣାରେ ମାତିଛନ୍ତି ଲୁଟେରା, ତଣ୍ଟି ଚିପି ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ

author img

By

Published : Apr 20, 2022, 9:23 AM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମାତିଛନ୍ତି ଡକାୟତି ଗ୍ୟାଙ୍ଗ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କ ଘରେ ପଶି ସୁନା ଗହଣା ଲୁଟି ନେଇଛନ୍ତି । ଅଧିକ ପଢ଼ନ୍ତୁ

looting from house in bhawanipatna
ଭବାନୀପାଟଣାରେ ମାତିଛନ୍ତି ଲୁଟେରା, ତଣ୍ଟି ଚିପି ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମାତିଛନ୍ତି ଡକାୟତି ଗ୍ୟାଙ୍ଗ। ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କ ଘରେ ପଶି ସୁନା ଗହଣା ଲୁଟି ନେଇଛନ୍ତି । ଲୁଟ ସମୟରେ ଦୁର୍ବୃତ୍ତ ଜଣକ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଭବାନୀପାଟଣା ସହରର ହିଲ ଟାଉନ ୱେଷ୍ଟ ଲେନ ନମ୍ବର -୨ରେ କନିଷ୍ଠ ଯନ୍ତ୍ରୀ ବିନୋଦ ସିଂଙ୍କ ଘରେ କିଛି ଦୁର୍ବୃତ୍ତ ପଶି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବିନୋଦ ସିଂଙ୍କ ଘରେ ପତ୍ନୀ ପ୍ରତିମା ସିଂ ଓ ପୁଅ ଥିଲେ । ଏହାର ସୁଯୋଗ ନେଇ ପଛ ପଟ ପାଚେରୀ ଦେଇ କିଛି ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ର ଦେଖାଇ ସୁନା ଗହଣା ସହ ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଏଥିସହ ଦୁର୍ବୃତ୍ତମାନେ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ପୋଲିସକୁ ଖବର ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଗତ କିଛି ଦିନ ତଳେ ସହର ଶ୍ରୀକୃଷ୍ଣ ନଗରରେ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମ କରୁଥିବାର ସିସିଟିଭି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

ଅପରପକ୍ଷରେ ଭବାନୀପାଟଣା ସହରରେ ଡକାୟତି ଗ୍ୟାଙ୍କ ମାତି ଥିବା ବେଳେ ପୋଲିସ ପାଟ୍ରୋଲିଂ ଢିଲା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ଗୁରୁତ୍ଵକୁ ଦୃଷ୍ଟି ଦେଇ ଏସ୍ପି ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.