ETV Bharat / state

କଳାହାଣ୍ଡିରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

କଳାହାଣ୍ଡି ଜୟପାଟଣାରେ ଲୁଟ । ବନ୍ଧୁକ ଦେଖାଇ କଳାକନା ବୁଲାଇଲେ ସଶସ୍ତ୍ର ଡକାୟତ । ଲକ୍ଷାଧିକ ମୂଲ୍ୟର ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ।

ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ସୁନାଗହଣ
ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ସୁନାଗହଣ
author img

By

Published : Jan 14, 2020, 8:58 PM IST

କଳାହାଣ୍ଡି: ବନ୍ଧୁକ ମୁନରେ ଲୁଟ । ବିଳମ୍ବିତ ରାତିରେ ପଶି କଳାକନା ବୁଲାଇଲେ ମୁଖାଧାରୀ ଡକାୟତ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଇରିପାଲି ଗାଁରେ 4ରୁ 5ଜଣ ସଶସ୍ତ୍ର ଡକାୟତି ସୌରଭ ଜୈନଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ବିଳମ୍ବିତ ରାତି ହୋଇଥିବାରୁ ଭୟରେ କେହି ଆସିନଥିଲେ ।

ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ସୁନାଗହଣ

ସେପଟେ, ଘଟଣା ବିଷୟରେ ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ଅନ୍ୟପଟେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାବେଳେ ଆବଶ୍ୟକ ପଡିଲେ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯିବ ବୋଲି ଏସପି କହିଛନ୍ତି । ତେବେ ଗତ 9 ତାରିଖରେ ଅଞ୍ଚଳରେ ବାପ ପୁଅକୁ ଆକ୍ରମଣ କରି 6 ଲକ୍ଷ ଟଙ୍କା ଲୁଟି ନେଇଥିବାବେଳେ ପୁଅର ମୃତ୍ୟୁ ହୋଇଥିଲା । ଠିକ ଏହି ଘଟଣାର 5 ଦିନରେ ପୁଣି ଏକ ଲୁଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro: ଭାଇରିପାଲି ଗାଁ ରେ ବନ୍ଧୁକ ମୁନ ରେ ବିଳମ୍ବିତ ରାତ୍ରରେ ଲୁଟିଲେ ଦୁର୍ବୁତ୍ତ
ବନ୍ଧୁକ ମୁନରେ କଳାକାନା ବୁଲାଇଲେ ଡକାୟତ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଇରିପାଲି ଗାଁ ରେ ସଶସ୍ତ୍ର ଡକାୟତି, ବିଳମ୍ବିତ ରାତିରେ ସୌରଭ ଜୈନ ଙ୍କ ଘରେ ମୁଖାଧାରୀ ୪ ରୁ ୫ ଦୁର୍ବୁର୍ତ୍ତ ଆସି ଲୁଟ ପାଟ କରି ଟଂକା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ଘଟଣା ଟି ବିଳମ୍ବିତ ରାତି ରେ ହୋଇଥିବା ଯୋଗୁଁ ଭୟ ରେ କେହି ଆସିନଥିଲେ।ସକାଳେ ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ଘଟଣା ର ଛାନଭିନ ଆରମ୍ଭ କରିଥିବା ବେଳେ Body:କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ମଧ୍ୟ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିଛନ୍ତି। ସୁରାଗ ଖୋଜିବା ପାଇଁ ସନ୍ଧାନୀ କୁକୁର ର ସାହାଯ୍ୟ ନିଆଯିବ ଓ ଶିଘ୍ର ଲୁଟେରା ଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଗତ 9 ତାରିଖ ଦିନ ବାପ ପୁଅ କୁ ଆକ୍ରମଣ କରି 6 ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ପୁଅର ମୃତ୍ୟୁ ହୋଇଥିଲା ସେହି ଘଟଣାର 5 ଦିନ ମଧ୍ୟରେ ପୁଣିଥରେ ଏହି ସଶସ୍ତ୍ର ଡକାୟତି କୁ ନେଇ ଅଞ୍ଚଳବାସୀ ଭୟରେ ଅଛନ୍ତି ।Conclusion:ବାଇଟ-ସୌରଭ ଜୌନ (ଅଭିଜୋଗ କାରୀ)
ବାଇଟ-ବାତୁଲା ଗଙ୍ଗାଧର (ଏସ୍ପି କଳାହାଣ୍ଡି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.