କଳାହାଣ୍ଡି: ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଭମରମାଲ ଗାଁର ଜନକ ହରିଜନଙ୍କର ମୁଣ୍ଡରେ ରଡ ବାଜିବା ଯୋଗୁଁ ମୃତ୍ୟୁ ହୋଇଛି । ତେବେ ମୃତ ଜନକ ପରିବାର ସହିତ ଗତବର୍ଷ ଗୁଜୁରାଟ ବେରୋଦୋରାକୁ ଦାଦନ ଖଟିବା ପାଇଁ ଯାଇଥିଲେ । ତେବେ ବୁଧବାର 4 ମହଲା କୋଠା ଉପରେ କାମ କରୁଥିବା ସମୟରେ ଏକ ରଡ ଖସିପଡି ତାଙ୍କ ମୁଣ୍ଡରେ ପଡିଥିଲା । ଫଳରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେଠାରେ କାମ କରୁଥିବା ଦାଦନ ଶ୍ରମିକଙ୍କୁ ଠିକାଦାର ସ୍ନେହା ପଟେଲ 35 ହଜାର ଟଙ୍କା ଦେଇ ମୃତଦେହକୁ ଘରକୁ ପଠାଇଦେଇଥିଲେ । ହେଲେ ମୃତଦେହ ପହଞ୍ଚିବା ପରେ ମୃତକଙ୍କ ପରିବାରଙ୍କୁ 5 ଲକ୍ଷ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ