ETV Bharat / state

ତେଜୁଛି ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି, 18ରେ କୋଶଳ ମୁକ୍ତି ମୋର୍ଚ୍ଚାର ମହାବନ୍ଦ ଡାକରା

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ନେଇ ତେଜୁଛି ଦାବି । ନଭେମ୍ବର 18ରେ କୋଶଳ ମହାବନ୍ଦ ଡାକରା । ଅଧିକ ପଢ଼ନ୍ତୁ

ନଭେମ୍ବର 18ରେ କୋଶଳ ମହାବନ୍ଦ ଡାକରା
ନଭେମ୍ବର 18ରେ କୋଶଳ ମହାବନ୍ଦ ଡାକରା
author img

By ETV Bharat Odisha Team

Published : Nov 15, 2023, 5:39 PM IST

ନଭେମ୍ବର 18ରେ କୋଶଳ ମହାବନ୍ଦ ଡାକରା

ଭବାନୀପାଟଣା: ନଭେମ୍ବର ୧୮ରେ ପଶ୍ଚିମ ଓଡିଶାରେ ହେବ କୋଶଳ ମହାବନ୍ଦ । କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ 12 ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି । ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବାଗୁଡ଼ିକୁ ବନ୍ଦ କରିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।

କୋଶଳ ରାଜ୍ୟ ଗଠନ ଦାବିକୁ ନେଇ ତେଜୁଛି ଆନ୍ଦୋଳନ । ପଶ୍ଚିମ ଓଡ଼ିଶାକୁ ଅବହେଳା, ଆଞ୍ଚଳିକ ବୈଷମ୍ୟ ତଥା କଳା ସଂସ୍କୃତିକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣି ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ତେବେ ନଭେମ୍ବର ୧୮ରେ ପଶ୍ଚିମ ଓଡ଼ିଶାରେ କୋଶଳ ମହାବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏହି ସମୟରେ ଦୋକାନ ବଜାର, ସ୍କୁଲ, ଗାଡ଼ି ମଟର ଚଳାଚଳକୁ ବନ୍ଦ ରଖିବା ପାଇଁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଥିବା ବେଳେ ଏହି ସମୟରେ ଅତି ଆବଶ୍ୟକୀୟ ସେବା ଯେପରିକି ମେଡିକାଲ, ଆମ୍ବୁଲାନ୍ସ ସେବାଗୁଡିକ ଚାଲୁ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ଭଡ଼ା ବୃଦ୍ଧି ଦାବିରେ ଟ୍ରକ ଧର୍ମଘଟ, ରେଳ ରୋକୋ କଲେ ଟ୍ରକ ମାଲିକ

ଏନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭବାନୀପାଟଣାଠାରେ ଏକ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ସାଗର ଚରଣ ଦାସ, ସମ୍ପାଦକ ଗଣେଶ ସାହୁ ପ୍ରମୁଖ ଯୋଗ ଦେଇ ଆସନ୍ତା ୧୮ ତାରିଖରେ ଦିଆଯାଇଥିବା କୋଶଳ ମହାବନ୍ଦ ବିଷୟରେ ସୂଚନା ଦେଇଛନ୍ତି ।

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି କହିଛନ୍ତି,"ଦୀର୍ଘ ବର୍ଷରୁ ପଶ୍ଚିମାଞ୍ଚଳକୁ ଏକ ସ୍ଵତନ୍ତ୍ର କୋଶଳ ରାଜ୍ୟ ଘୋଷଣା ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଦ୍ଵାରା ପ୍ରତିବର୍ଷ ନଭେମ୍ବର ମାସରେ ମହାବନ୍ଦ ଡାକରା ଦିଆଯାଇଥାଏ । ତେବେ ଚଳିତ ବର୍ଷ ଏହି ମହାବନ୍ଦ ଆସନ୍ତା ନଭେମ୍ବର 18 ତାରିଖରେ କରାଯିବ । ଏହି 12 ଘଣ୍ଟିଆ କୋଶଳ ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ଛାଡି ଅନ୍ୟ ସରକାରୀ ଓ ବେସରକାରୀ ଅଫିସ, ଯାନବାହାନ, ସ୍କୁଲ୍‌ କଲେଜ, ଆଦି ବନ୍ଦ ରହିବ । ପଶ୍ଚିମାଞ୍ଚଳ ଅଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଓ ଅଣଦେଖା କରାଯାଉଥିବା ନେଇ ଦୀର୍ଘ ବର୍ଷରୁ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଆଦୌ ଗୁରୁତ୍ଵ ଦେଇନାହାନ୍ତି ।"

ତେବେ ପଶ୍ଚିମାଞ୍ଚଳ ପ୍ରତି ବୈମାତୃକ ମନୋଭାବ କରାଯାଉଥିବା ଅଭିଯୋଗରେ ପଶ୍ଚିମାଞ୍ଚଳରେ ସ୍ଵତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି ଜୋରଦାର ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଏନେଇ ଆନ୍ଦୋଳନ କରାଯାଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.