ଭବାନୀପାଟଣା: ବିଭନ୍ନ ଦାବି ନେଇ ଆଜି ରାସ୍ତାକୁ ଓହ୍ଲାଇଲା କୋଶଳ ଯୁବ ସମନ୍ୱୟ ସମିତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡିଶାକୁ ଅଣଦେଖା, ଅହେତୁକ ବିଦ୍ୟୁତ ଦର ବୃଦ୍ଧି ଓ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ଯୁବ ସମନ୍ୱୟ ସମିତି ଆଜି କଳାହାଣ୍ଡି ଭବାନୀପାଟଣା ଠାରୁ ବରଗଡ଼ ଯାଏଁ ପଦଯାତ୍ରା ଆରମ୍ଭ କରିଛି।
ଏହି ଯାତ୍ରାକୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଛି। ହାତରେ ଏକ ବ୍ୟାନର ଧରି ପଦଯାତ୍ରାରେ ବାହାରିଛନ୍ତି କୋଶଳ ଯୁବ ସମନ୍ୱୟ ସମିତିର ସଦସ୍ୟ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ