ETV Bharat / state

ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି, ଆସନ୍ତାକାଲି ୧୨ ଘଣ୍ଟିଆ କୋଶଳ ବନ୍ଦ

ଆସନ୍ତାକାଲି କୋଶଳ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା (koshal rajya mukti morcha called for koshal bandh) । କୋଶଳ ସେନା ମିଳିତ ଭାବେ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ୧୨ ଘଣ୍ଟିଆ କୋଶଳ ବନ୍ଦରେ ସାମିଲ ହେବ । ଅଧିକ ପଢ଼ନ୍ତୁ

author img

By

Published : Sep 6, 2022, 6:02 PM IST

ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି, ଆସନ୍ତାକାଲି ୧୨ ଘଣ୍ଟିଆ କୋଶଳ ବନ୍ଦ
ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି, ଆସନ୍ତାକାଲି ୧୨ ଘଣ୍ଟିଆ କୋଶଳ ବନ୍ଦ

ଭବାନୀପାଟଣା: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୭ ତାରିଖ ଦିନ ୧୨ ଘଣ୍ଟିଆ କୋଶଳ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା (koshal rajya mukti morcha called for koshal bandh) । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସହିତ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ମିଳିତ ଭାବରେ ଏହି ଆନ୍ଦୋଳନର ଡାକରା ଦେଇଛନ୍ତି ।

ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳ (କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ) କୁ ମିଶାଇ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଉଛି । କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସେପ୍ଟେମ୍ବର ୭ରେ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଓ ପଶ୍ଚିମ ଓଡିଶା ସହ କେବିକେ (କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ) ଅଞ୍ଚଳକୁ ମିଶାଇ ଏକ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୭ ତାରିଖ ଦିନ ୧୨ ଘଣ୍ଟିଆ କୋଶଳ ମହାବନ୍ଦ (koshal mahabandh) ଡାକରା ଦିଆଯାଇଛି । କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ମିଳିତ ଭାବରେ ଏହି ବନ୍ଦରେ ସାମିଲ ହେବେ । କୋଶଳାଞ୍ଚଳର ସମସ୍ତ ସାମାଜିକ ସଙ୍ଗଠନ, ଓକିଲ ସଙ୍ଘ ଓ ବଣିକ ସଙ୍ଘ ସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଏହି ବନ୍ଦରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ବରିଷ୍ଠ କୋଶଳ କ୍ରାନ୍ତିକାରୀ ନେତା ବାଳଗୋପାଳ ମିଶ୍ର ଓ ଯୁବ ନେତା ତଥା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ସମସ୍ତ କୋଶଳବାସୀଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ସଭାପତି ସାଗର ଚରଣ ଦାସ କହିଛନ୍ତି, "ଗତ ଜୁଲାଇ ୫ ତାରିଖରେ ଆମେ ବିଧାନ ସଭା ଘେରାଉ କରିବା ସହ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଥିଲୁ । ଆଶା ମଧ୍ଯ କରିଥିଲୁ ସରକାର ଆମର ଦାବି ନେଇ କିଛି ପଦକ୍ଷେପ ନେବେ । କିନ୍ତୁ ଦୁଃଖର କଥା ଆମକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ତେବେ ଆମର ଦାବି ପୂରଣ ପାଇଁ ଆମେ ଏହି ବନ୍ଦ ଡାକରା ଦେଇଛୁ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.