କଳାହାଣ୍ଡି: ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ବୁଧବାର ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଆଦିବାସୀ ଏକତା ପରିଷଦର ସମର୍ଥନରେ ଭାରତ ମୁକ୍ତି ମୋର୍ଚ୍ଚା ଧର୍ମଗଡ଼ ଉପଖଣ୍ଡ ପକ୍ଷରୁ କୋକସରା ତହସିଲ ଅଫିସ ଆଗରେ ଆନ୍ଦୋଳନ କରାଯାଇଛି ।
ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କୋକସରା ସଭାପତି ଉପେନ୍ଦ୍ର ଶବରଙ୍କ ନେତୃତ୍ବ ଓ ଭାରତ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଦୁର୍ଯୋଧନ ଜାଲଙ୍କ ଅଧ୍ୟକ୍ଷତାରେ ୧୦ ଦଫା ଦାବି ନେଇ କୋକସରା ତହସିଲ ଅଫିସ ଆଗରେ ଆନ୍ଦୋଳନ କରାଯାଇଛି । ଏହି ଅବସରରେ ଏକ ୧୦ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ