କଳାହାଣ୍ଡି: ଚଳିତବର୍ଷ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାରପ୍ରାପ୍ତ ବୈଜ୍ଞାନିକଙ୍କ ସହ ରହିଛି ଓଡିଶାର ଏକ ଗାଁର ସମ୍ପର୍କ । ନୋବେଲ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ ଗୁଡଏନଫଙ୍କ ସହଯୋଗୀ ଓଡିଆ ପୁଅ ଅକ୍ଷୟ ପାଢୀ ଆଉ ତାଙ୍କ ଉଦ୍ଭାବିତ ଲିଥିୟମ ଫସଫେଟ ବ୍ୟାଟେରୀର ଆବିଷ୍କାର ପରେ ଏବେ ଖୁବଚର୍ଚ୍ଚାରେ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ମାଳିଗାଁ ।
ତେବେ ଗୋଟିଏ ନୁହେଁ ବୈଜ୍ଞାନିକ ମାନଙ୍କର ଗାଁ ସହ ରହିଛି ଦୁଇଟି ସମ୍ପର୍କ । ଏହି ଗାଁ ହେଲା ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ମାଳିଗାଁ । ଆଉ ଏହି ଗାଁ ଏବେ କେବଳ ଦେଶ ନୁହେଁ ବିଦେଶରେ ବି ବହୁ ଚର୍ଚ୍ଚିତ। 1997 ମସିହାରେ ଲିଥିୟମ ଫସଫେଟର ଉପଯୋଗ ବିଷୟରେ ପ୍ରଥମ ବୈଜ୍ଞାନିକ ଆର୍ଟିକିଲ 'ଦି ଇଲୋକ୍ର୍ଟୋ କେମିକାଲ' ପତ୍ରିକାରେ ପ୍ରକାଶ ପାଇଥିଲା । ସେହି ପତ୍ରିକାର ତିନି ଲେଖକ ଥିଲେ ଓଡିଶାର ଅକ୍ଷୟ କୁମାର ପାଢୀ, କେ.ଏସ ନଞ୍ଜୁଦସ୍ବାମୀ ଓ ଗୁଡଏନଫ । ନୋବେଲ ବିଜେତା ଗୁଡଏନଫଙ୍କ ସହଯୋଗୀ ଥିଲେ ଓଡିଆ ପୁଅ ଅକ୍ଷୟ କୁମାର ପାଢୀ ଓ ଅନ୍ୟଟି ତାଙ୍କ ଦ୍ବାରା ଉଦ୍ଭାବିତ ଲିଥିୟମ ଫେରୋ ଫସଫେଟ (ଏଲଏଫପି) ବ୍ୟାଟେରୀ । ତେବେ ଏହି ଲିଥିୟମ ଫସଫେଟ ବ୍ୟାଟେରୀ ଓ ବୈଜ୍ଞାନିକଙ୍କ ଜ୍ଞାନ କୌଶଳ ଯୋଗୁଁ ଆଜି ଉପକୃତ ହେଉଛନ୍ତି ମାଳିଗାଁର ଗ୍ରାମବାସୀ ।
ଦିନେ ଏ ଗାଁ ପାଇଁ ସାତ ସପନ ଥିଲା ବିଜୁଳି । ଗାଁରେ ଜୀବନ ଯାପନର ମାନରେ ପରିବର୍ତ୍ତନର କାରଣ ସାଜିଛନ୍ତି ଏହି ବୈଜ୍ଞାନିକମାନେ । ଆଉ ଗ୍ରାମବିକାଶ ନାମକ ସ୍ବେଚ୍ଛାସେବୀ ସଂସ୍ଥା ଗାଁର ପରିଚୟ ପରିବର୍ତ୍ତନ ପଛରେ ସାଜିଛି ମୁଖ୍ୟ କାରଣ । ଏକ କ୍ଷୁଦ୍ର ସୌର ପ୍ରକଳ୍ପରୁ ବିଜୁଳି ଉତ୍ପାଦନ ସହ ଲିଥିୟମ ଫେରୋ ଫସଫେଟ ବ୍ୟାଟେରୀ ମାଧ୍ୟମରେ ଶକ୍ତି ସଂରକ୍ଷଣ କରାଯାଇ ଗ୍ରାମବାସୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରାଯାଇପାରୁଛି। ଯାହାକୁ ନେଇ ଗ୍ରାମବାସୀ ନିଜର ଖୁସି ଜାହିର କରିଥିବା ବେଳେ ଏହି ଜ୍ଞାନ କୌଶଳ ପାଇଁ ସଂସ୍ଥାର କର୍ମକର୍ତ୍ତା ନୋବେଲ ବିଜେତାଙ୍କ ସହ ଯୋଗାଯୋଗ ରେ ଥିଲେ ବୋଲି ସୂଚନା ଦେଇଛନ୍ତି ।
46ଟି ପରିବାର ବିଶିଷ୍ଟ ଏକ ଛୋଟ ଗାଁ ହେଉଛି ମାଳି ଗାଁ । ତେବେ ଗ୍ରାମ ବିକାଶ ଓ ମାଳିଗାଁ ନାଗରିକ ପ୍ରାୟ 30ବର୍ଷ ହେବ ଏକାଠି ରହିଥିବା ବେଳେ ବୈଜ୍ଞାନିକଙ୍କ ଜ୍ଞାନ କୌଶଳ ଯୋଗୁଁ ଆଜି ଏହି ଗାଁ ଆଲୋକରେ ଆଲୋକିତ ହୋଇ ଉଠିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ