ETV Bharat / state

ଖରିଫ ଚାଷକୁ ନେଇ ଜିଲ୍ଲାପାଳଙ୍କ ବୈଠକ

author img

By

Published : Jul 17, 2022, 7:21 PM IST

କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ ୨୦୨୨ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗତ ୨୦୨୧-୨୨ରେ ଧାର୍ଯ୍ୟ ହୋଇଥିବା ଚଳିତ ଖରିଫ ଋତୁର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ । ଅଧିକ ପଢନ୍ତୁ

ଖରିଫ ଚାଷକୁ ନେଇ ଜିଲ୍ଲାପାଳଙ୍କ ବୈଠକ
ଖରିଫ ଚାଷକୁ ନେଇ ଜିଲ୍ଲାପାଳଙ୍କ ବୈଠକ

କଳାହାଣ୍ଡି: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ ୨୦୨୨ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗତ ୨୦୨୧-୨୨ରେ ଧାର୍ଯ୍ୟ ହୋଇଥିବା ଚଳିତ ଖରିଫ ଋତୁର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ । ଚଳିତ ଖରିଫ ଋତୁରେ ଧାନ ୧,୮୬,୯୬୧ ହେକ୍ଟର, ମକା ୧୫୪୦୨ ହେକ୍ଟର, କ୍ଷୁଦ୍ର ଶସ୍ୟ ୯୩୦୦ ହେକ୍ଟର, ଡାଲି ଜାତୀୟ ଶସ୍ୟ ୬୫୭୪୨ ହେକ୍ଟର, ତୈଳବୀଜ ଉତ୍ପାଦନ ୧୨୬୨୦ ହେକ୍ଟର, କପା ଜାତୀୟ ଉତ୍ପାଦନ ୭୪୫୦୮ହେକ୍ଟର, ପନିପରିବା ୧୫୭୫୩ ହେକ୍ଟର, ମସଲା ଜାତୀୟ ଉତ୍ପାଦନ ୨୭୦୦ ହେକ୍ଟର, ଆଖୁ ୭୩୫ ହେକ୍ଟର ଏଭଳି ସମୁଦାୟ ୩,୮୩,୭୨୧ ହେକ୍ଟର ଜମିରେ ଚାଷର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଥିଲେ ।

ଖରିଫ ଚାଷକୁ ନେଇ ଜିଲ୍ଲାପାଳଙ୍କ ବୈଠକ
ଖରିଫ ଚାଷକୁ ନେଇ ଜିଲ୍ଲାପାଳଙ୍କ ବୈଠକ

ଏଥିମଧ୍ୟରୁ ୨,୪୧,୦୬୯ ହେକ୍ଟର ଜଳସେଚିତ ଏବଂ ୧୪୨୬୫୨ ହେକ୍ଟର ଅଣ ଜଳସେଚିତ ଜମିରେ ଚାଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି । ବୃହତ୍ ଜଳସେଚନ ଏବଂ ଅନ୍ୟାନ୍ୟ ଜଳସେଚନ ବିଭାଗର ଯନ୍ତ୍ରୀ ବର୍ଷା ହେଲେ ଧାର୍ଯ୍ୟ ଜଳସେଚନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସେହିପରି ଖରିଫ ଋତୁ ପାଇଁ ବିଭିନ୍ନ ରାସାୟନିକ ସାର ୭୩୭୦୦ ମେଟ୍ରିକ୍ ଟନ୍ ଆବଶ୍ୟକତା ଥିବାବେଳେ, ଏ ପର୍ଯ୍ୟନ୍ତ ୪୫୬୯୮ ମେଟ୍ରିକ୍ ଟନ୍ ପହଞ୍ଚିଥିବା ନେଇ କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ଉତ୍ତମ ଧାନ ଓ ଅଣଧାନ ବିହନ ଉତ୍ପାଦନ କାର୍ଯକ୍ରମ ପାଇଁ ଚଳିତ ଖରିଫ ଋତୁରେ ୨୩୭୧୦ କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଖରିଫ ଚାଷକୁ ନେଇ ଜିଲ୍ଲାପାଳଙ୍କ ବୈଠକ
ଖରିଫ ଚାଷକୁ ନେଇ ଜିଲ୍ଲାପାଳଙ୍କ ବୈଠକ

ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀ ଯେଭଳି ଚାଷ ସମ୍ପର୍କିତ ସମସ୍ତ ସରକାରୀ ସହାୟତା ପାଇପାରିବେ ତା ଉପରେ ଦୃଷ୍ଟି ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ସମସ୍ତ ଜଳ ସମ୍ପଦ ବିଭାଗ, କୃଷି, ସମବାୟ,ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳସେଚନ, ବ୍ୟାଙ୍କ୍, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଅଧିକାରୀ ଓ ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.